ଓଡ଼ିଶା ଖବରନ୍ୟୁଜ୍

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

ଶୀତ କାକରକୁ ଖାତିର ନ କରି ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ

ଚିତ୍ରକୋଣ୍ଡା ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ 18 ଗୋଟି ପଞ୍ଚାୟତରୁ ଆସିଥିବା ଶତାଧିକ ଅଙ୍ଗନୱାଡି କର୍ମୀ ସହ ପାଚିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୀତ କାକରକୁ ଖାତିର ନ କରି icds ଅଫିସ ସମ୍ମୁଖରେ ନିଆଁ ଲଗେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ ସହ ପାଚିକା ।

ଉକ୍ତ ଦାବି ମଧ୍ୟରୁ ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, କର୍ମୀମାନଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ସହ ସାହାୟିକାମାନଙ୍କୁ ୯ ହଜାର ଟଙ୍କା ଲାଗୁ କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ଭାବରେ ଘୋଷଣା କରାଯିବା ।

ଅଙ୍ଗନୱାଡିଙ୍କ ଇପିଏଫ, ଇଏସଆଇସି ଏବଂ ଗ୍ରାଚୁଇଟି ଲାଗୁ କରାଯିବା, ନୂତନ ଶିକ୍ଷା ଭିତ୍ତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସ ସୀମା ରେଖା ନରଖି ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ଦାବି କୁ ନେଇ ଧାରଣାରେ ବସିଥିବାବେଳେ ଆଜି ବ୍ଲକସ୍ତରରୁ ସମସ୍ତ ଅଙ୍ଗନୱାଡି ଏବଂ ସମସ୍ତ ପାଚିକାମାନେ ଉକ୍ତ ଦାବିଗୁଡିକ ସରକାର ମାନି ନେବା ପାଇଁ ଦାବି କରିଛନ୍ତି । ଚିତ୍ରକୋଣ୍ଡା ଜୋନ – 01 ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ବୀନନ୍ତି ଖିଲ ଅଙ୍ଗନୱାଡି କର୍ମିକଙ୍କ ସହ ଏହି ଆନ୍ଦୋଳନ ରେ ସାମିଲ ହୋଇ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବା ପାଇଁ ପ୍ରକାଶ କରିଛନ୍ତି l କର୍ମୀ ଏବଂ ପାଚିକାଙ୍କ ଧାରଣା ଯୋଗୁଁ ଆଜି ଜିଲ୍ଲାର ସମସ୍ତ କେନ୍ଦ୍ରର କୋମଳମତି ଶିଶୁଙ୍କ ଶିକ୍ଷାଦାନ ଏବଂ ଖାଦ୍ୟରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ, ଦିନିକିଆ ତାଲିମ ଶିବିର

Odisha Halchal

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

Odisha Halchal

Leave a Comment