ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଦ୍ୟାଳୟ କୋଠରୀରୁ ବାହାରିଲା ପିସ୍ତଲ

ବିଦ୍ୟାଳୟ କୋଠରୀରୁ ବାହାରିଲା ପିସ୍ତଲ

ବିଦ୍ୟାଳୟ କୋଠରୀରୁ ବାହାରିଲା ପିସ୍ତଲ । ଜଣେ ଶିକ୍ଷକ ନିଜ ଅଧିନରେ ରଖିଥିବା କୋଠରୀରୁ ଏହି ପିସ୍ତଲ ମିଳିଛି । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଗୋବିନ୍ଦ ଭୋଇ ନାମକ କାର୍ଯ୍ୟରତ ଥିବା ବେଳେ ଗତ ୪ ତାରିଖ ଦିନ ତାଙ୍କର ଅନ୍ୟ ଜାଗାକୁ ବଦଳି ହୋଇଛି । ବିଦ୍ୟାଳୟର ଦୁଇଟି କୋଠରୀ ନିଜ ଅଧିନରେ ରଖିଥିଲେ । ବଦଳି ପରେ ମଧ୍ୟ ଶିକ୍ଷକ କୋଠରୀ ଖାଲି କରିନଥିବାରୁ ପିଲାଙ୍କୁ ପାଠପଢାରେ ଅସୁବିଧା ଉପୁଜିଥିଲା । ଶେଷରେ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକଙ୍କ ଅନୁପସ୍ଥିତିରେ ତାଙ୍କର ସମସ୍ତ ଅବାସ ପତ୍ରକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଅନ୍ୟ କୋଠରୀରେ ରଖୁଥିଲେ । ଠିକ୍ ଏହି ସମୟରେ ଘରୁ ଏକ ପିସ୍ତଲ ବାହାରିଥିଲା ।

ତେବେ ସ୍କୁଲ ଭିତରୁ ପିସ୍ତଲ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ଏପିରିକି ଶିକ୍ଷକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଗତ ଅକ୍ଟୋବର ମାସରେ ବିଦ୍ୟାଳୟ ନିକଟସ୍ଥ ଡିଲେଶ୍ବର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଗତ ଫେବୃଆରି ମାସରେ ବିଦ୍ୟାଳୟ ସଂଲଗ୍ନ ମହେନ୍ଦ୍ର ସାହୁଙ୍କର ଏକ କାର ଓ ବାଇକକୁ ଟାଙ୍ଗିଆରେ ଭାଙ୍ଗି ଦେଇଥିଲେ । ଏନେଇ ଜମନକିରା ଥାନାରେ ମାମଲା ରହିଛି ।

Related posts

ବିଧାୟକଙ୍କ କୋଳରେ କିଏ

Odisha Halchal

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

Odisha Halchal

ଆମିଙ୍କ ସହ ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡିଥିଲେ ପ୍ରତୀକ ବବର

Odisha Halchal

Leave a Comment