ଅପରାଧଓଡ଼ିଶା ଖବରନ୍ୟୁଜ୍

ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ବଡ଼ ମେଡିକାଲରେ ଖେଳିଗଲା ଚାଞ୍ଚଲ୍ୟ SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ସୁରକ୍ଷାକର୍ମୀ ଉଦ୍ଧାର କରି SNCUରେ କଲେ ଭର୍ତ୍ତି । ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ତନାଘନା ।

ସକାଳୁ ଅପରିଷ୍କାର ଅଳିଆ କୁଣ୍ଡ ପାଖରେ ଏକ ନବଜାତ ପୁତ୍ର ସନ୍ତାନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ନବଜାତ ଶିଶୁକନ୍ୟା କେଉଁ ନାଳ କିମ୍ବା ନର୍ଦମାରୁ ଉଦ୍ଧାର ଖବର ଆସୁଥିବା ବେଳେ ଏବେ ରାଜ୍ୟର ମେଡିକାଲରୁ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ଖବର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନବଜାତଟିକୁ ସୁରକ୍ଷାକର୍ମୀ ଉଦ୍ଧାର କରି ସ୍ପେଶାଲ ନିଉ ବର୍ନ କେୟାର(SNCU)ରେ ଭର୍ତ୍ତି କରିଥିଲେ। ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ମେଡିକାଲ କତୃପକ୍ଷ ଏବେ ତଦନ୍ତ ଆରମ୍ଭ କରିଛନ୍ତି।

Related posts

ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ

Odisha Halchal

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

Odisha Halchal

ବିଜେଡିର ଜନସମ୍ପର୍କ ପଦଯାତ୍ରା

Odisha Halchal

Leave a Comment