ଅପରାଧଓଡ଼ିଶା ଖବରନ୍ୟୁଜ୍

ଘରୋଇ କଳିରୁ ସର୍ବନାଶ, ସ୍ତ୍ରୀକୁ ହତ୍ୟା କରି ଘର ଭିତରେ ଟାଙ୍ଗିଦେଲା ସ୍ୱାମୀ

ଘରୋଇ କଳିରୁ ସର୍ବନାଶ, ସ୍ତ୍ରୀକୁ ହତ୍ୟା କରି ଘର ଭିତରେ ଟାଙ୍ଗିଦେଲା ସ୍ୱାମୀ

ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ । ସାରା ଜୀବନ ପାଇଁ ହାତ ଧରିଥିବା ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏହିଭଳି ଅଘଟଣ ଘଟିଛି ବଡସାହି ବ୍ଲକ ମାଣତ୍ରୀ ଫାଣ୍ଡି ଅଧୀନ ମାଳିହାତୀ ଗାଁରେ । ଅଭିଯୁକ୍ତ ସ୍ୱାମୀ ଦଶରଥ ମୁର୍ମୁକୁ ମାଣତ୍ରୀ ଫାଣ୍ଡି ପୋଲିସ ଗିରଫ କରିଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସ୍ତ୍ରୀ ହେଉଛନ୍ତି ୨୪ ବର୍ଷୀୟା ସୁମି ମୁର୍ମୁ ।

ଖବର ଅନୁଯାୟୀ, ରବିବାର ସକାଳୁ କୌଣସି କାରଣ ବସତ ସୁମି ଓ ଦଶରଥ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ରାଗ ସହି ନପାରି ଅଭିଯୁକ୍ତ ସ୍ବାମୀ ଦଶରଥ ନିଜ ସ୍ତ୍ରୀ ସୁମିଙ୍କୁ ହତ୍ୟା କରି ଘର ଭିତରେ ଟାଙ୍ଗି ଦେଇଥିଲା । ଘଟଣା ଜଣା ପଡ଼ିବା ପରେ ମାଣତ୍ରୀ ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଦଶରଥ ମୁର୍ମୁ ଙ୍କୁ ଗିରଫ କରିଛି । ସ୍ଥାନୀୟ ପୋଲିସ ଓ ବାରିପଦା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

Odisha Halchal

ଲେଖକ ହୋଇ ମଧ୍ୟ କଣ୍ଠଶିଳ୍ପୀ

Odisha Halchal

ଗିରଫ ହେଲା ହନିଟ୍ରାପ କୁଇନ୍ ଅର୍ଚ୍ଚନାର ସ୍ୱାମୀ

Odisha Halchal

Leave a Comment