ଓଡ଼ିଶା ଖବରନ୍ୟୁଜ୍

ଲେଖକ ହୋଇ ମଧ୍ୟ କଣ୍ଠଶିଳ୍ପୀ

ଲେଖକ ହୋଇ ମଧ୍ୟ କଣ୍ଠଶିଳ୍ପୀ

ରାଜକନିକା:-(ବ୍ୟୁରୋ ଓଡିଶା ହାଲଚାଲ)ଲେଖକ ହୋଇ ମଧ୍ୟ କଣ୍ଠଶିଳ୍ପୀ।କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ପୁଣି ଚର୍ଚ୍ଚାରେ ରାଜକନିକା, ଦୋମଣ୍ଡା ଅଞ୍ଚଳର ବିଜୟ କୁମାର ନାୟକ। ବିଭିନ୍ନ ଭଜନ ଆଲବମ୍ ଗୀତ ଗାଇ ଚର୍ଚ୍ଚାରେ ବିଜୟ। ଏବେ ସବୁରି ମୁହଁରେ, ଫୋନ ରିଙ୍ଗ ଟୋନରେ ତାଙ୍କ ଗୀତ।

କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ତାଙ୍କ ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ବିଜୟ କୁମାର ନାୟକ ଗାଇଥିବା ଗୀତଙ୍କୁ ମିଲିୟନ ମିଲିୟନ ଲୋକ ୟୁଟ୍ୟୁବରେ ଶୁଣୁଛନ୍ତି। ମୋର ବଜେଇ ଦେଲୁଣି ଗିନି ମୋ ଅର୍ଦ୍ଧାଗିନି, ଆସିଛି ଆସିଛି ରଜ ହେବା ଆମେ ସଜବାଜ, ଗୋରୀ ମୁଁ ଆଣିଛି ରଙ୍ଗ ପିଚକାରୀ, ଏମିତି ଅନେକ ଗୀତ ଲେଖିବା ସହ ଗାଇବା ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ବିଜୟ।

ନିଜର ଏହି ଗୀତ ଗାଇବା ସହ ଲେଖିବା ନେଇ ବିଭିନ୍ନ ସ୍ଥାନରୁ ପ୍ରଶଂସା ସାଉଁଟି ଛନ୍ତି ବିଜୟ। ଏମିତିକି ବିଭିନ୍ନ ସ୍ଥାନରୁ ପୁରସ୍କାର ମଧ୍ୟ ପାଇଛନ୍ତି। ବିଜୟଙ୍କୁ ନେଇ ଏବେ ଗର୍ବ କରୁଛନ୍ତି ତାଙ୍କ ପରିବାର। ପିଲାବେଳୁ ବିଜୟଙ୍କ ଗୀତ ଗାଇବା ସହ ଲେଖିବା ନିଶା ବୋଲି ସେ କହିଛନ୍ତି।

Related posts

ଘରୋଇ କଳହରୁ ଅଭାବନୀୟ କାଣ୍ଡ

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ

Odisha Halchal

Leave a Comment