ଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍

ଆରମ୍ଭ ହେବ ହକି ମହାକୁମ୍ଭର ଟିକଟ ବିକ୍ରି

ଆରମ୍ଭ ହେବ ହକି ମହାକୁମ୍ଭର ଟିକଟ ବିକ୍ରି

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ): ଚଳିତ ପୁରୁଷ ହକି ବିଶ୍ୱକପର ଆୟୋଜନ କରୁଛି ଓଡ଼ିଶା । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶରୁ ବହୁ ଅତିଥି ତଥା କ୍ରିଡ଼ାପ୍ରେମୀଙ୍କ ସୁଅ ଛୁଟିବ । ତେଣୁ ସହରଗୁଡ଼ିକର ଆକର୍ଷଣ, ସୁନ୍ଦରତା ତଥା ପରିଷ୍କାର ପରିଚ୍ଛନତାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପ୍ରତି ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ତେବେ ଆସନ୍ତା ମାସ ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଆଜି ଠାରୁ ଦିନ ୧୨ଟାରୁ ଉଦଘାଟନୀ ଉତ୍ସବର ଟିକେଟ ଅନଲାଇନରେ ମିଳିବ । ଦର୍ଶକମାନେ କେବଳ ଅନଲାଇନ୍ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ । ଏହା ପୂର୍ବରୁ ଗତ ୧୯ ତାରିଖରୁ ହକି ବିଶ୍ୱକପର ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୬ ନମ୍ବର ଗେଟରେ ଏହି ଟିକେଟ ଉପଲବ୍ଧ ହୋଇଥିଲା । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ରହିଥିଲା । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୪ଟି ମ୍ୟାଚ ଖେଳାଯିବ । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Related posts

ରାମନବମୀରେ ନନ୍‌ଭେଜ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ

Odisha Halchal

ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ

Odisha Halchal

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ

Odisha Halchal

Leave a Comment