ଓଡ଼ିଶା ଖବରନ୍ୟୁଜ୍

ଆସନ୍ତୁ ବୁଲିଯିବା ଗୁଞ୍ଜିୱାଡା ଜଳପ୍ରପାତ

ଆସନ୍ତୁ ବୁଲିଯିବା ଗୁଞ୍ଜିୱାଡା ଜଳପ୍ରପାତ

ଚିତ୍ରକୋଣ୍ଡା:-(ରିପୋର୍ଟ:-ସହଦେବ ପାଙ୍ଗି)ଆସିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କୁ ଟାଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି କୋଳରେ ବିତୁଛି ସମୟ।ଚାଲିଛି ପିକନିକ ଋତୁ । ସାଙ୍ଗସାଥିଙ୍କ ସହ ଖୁବ ଜୋରସୋରରେ ଚାଲିଛି ମଉଜମସ୍ତି ।ଚିତ୍ରକୋଣ୍ଡା ସୀମାନ୍ତ ଗୁଞ୍ଜିୱାଡା ଜଳପ୍ରପାତ ରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ ।ଥରେ ଯିଏ ଆସିଛି, ସେ ଚିତ୍ରକୋଣ୍ଡା ସୀମାନ୍ତ ଗୁଞ୍ଜିୱାଡା ଜଳପ୍ରପାତ କୁ ନଦେଖି ଫେରିପାରି ନାହି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ।

ଏହି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଆଉ ଏହାରି ଭିତରେ ଉଙ୍କି ମାରି ଛିଡା ହୋଇଛି ଓଡିଶା ସୀମାନ୍ତ ଗୁଞ୍ଜିୱାଡା ଜଳପ୍ରପାତ।ସମସ୍ତଙ୍କ ମନକୁ କିଣି ନେଇଛି ଏହି ଜଳପ୍ରପାତ। ଚତୁର୍ଦିଗ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଥଣ୍ଡା ପରିବେଶ ପର୍ଜ୍ୟଟକଙ୍କୁ ଆହୁରି ଆକ୍ରୁଷ୍ଟ କରି ଦେଇଛି । ଏହି ମନଲୋଭା ସ୍ଥାନ ଛାଡି ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ପର୍ଯ୍ୟଟକ ମାନେ । ପ୍ରକୃତି କୋଳରେ କିଛି ସମୟ ଅତିବାହିତ ପାଇଁ କିଏ ବା ନ ଚାହେଁ ।

ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥାନ୍ତି ଏଠି ଅନେକ ପର୍ଯ୍ୟଟକ । ଏଠିକାର ପ୍ରାକୃତିକ ସୌନ୍ଦଜ୍ୟ ଭରା ସ୍ଥାନ ଦୂର ଦୁରନ୍ତରୁ ଆସୁଥିବା ପର୍ଯ୍ୟଟକ ମନକୁ ବେଶ୍ ଅକୃଷ୍ଠ କରିଦେଇଛି । ତେବେ ଏହି ଗୁଞ୍ଜିୱେଡା ଜଳପ୍ରପାତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ୍ ହୋଇ ପଡିଥିବା ବେଳେ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି।ପିକନିକ ଋତୁ ଆସିଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ ଚିତ୍ରକୋଣ୍ଡାକୁ । ପୂର୍ବରୁ ଚିତ୍ରକୋଣ୍ଡା ଇକୋ ପାର୍କ, ଆଉ ଏବେ ଗୁଞ୍ଜିୱାଡା ଜଳପ୍ରପାତ । ସୀମାନ୍ତ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ ରୁ ଆସିଥିବା ପର୍ଯ୍ୟଟକଙ୍କୁ କୋଳେଇ ନେଇଥାଏ ଏଠିକାର ପ୍ରକୃତିର ମୋନରମା ଦୃଶ୍ୟ । ପ୍ରାକୃତିକ ସୌନ୍ଦଜ୍ୟକୁ ବେଶ ଉପଭୋଗ ମଧ୍ୟ କରୁଛନ୍ତି ପର୍ଯ୍ୟଟକ ମାନେ ।

ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଚିତ୍ରକୋଣ୍ଡା ଠାରୁ ମାତ୍ର 50 କିମି ଦୂରରେ ରହିଛି ଜଳପ୍ରପାତ । କିଏ ବଣ ଭୋଜିରେ ମାତିଛି ତ ଆଉ କିଏ କ୍ୟାମେରା ଲେନ୍ସ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ କଏଦ କରିବାରେ ବ୍ୟସ୍ତ । ଝରଣାର ପାଣି ବିଶାଳ ପଥର ଖଣ୍ଡରେ ପଡୁଥିବାର ଦୃଶ୍ୟ ବେଶ୍ ଆକୃଷ୍ଠ କରିଛି ପର୍ଯ୍ୟଟନକୁ। ବୁଲିବାର ସୁଯୋଗ କୁ ବେଶ୍ ଆନନ୍ଦ ର ସହ ଉପଭୋଗ କରୁଛନ୍ତି ପ୍ରକୃତିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ। ଏହି ସୁଯୋଗକୁ ହାତ ଛଡା କରିବାକୁ କାହାରି ମଧ୍ୟ ଇଚ୍ଛା ନାହିଁ । ରାଜ୍ଯ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଗାଡି ନେଇ ଆସିଛନ୍ତି ବାବୁମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ।

 

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

Odisha Halchal

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

Odisha Halchal

Leave a Comment