ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ଯଦି ଆପଣ ସାମ୍ପୁ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାମ୍ପୁ ବ୍ୟବହାର ଦ୍ୱାରା ହୋଇପାରେ କ୍ୟାନସର ରୋଗ । ତେବେ ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି ।

ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ଆମେରିକା ବଜାରରୁ ଫେରାଇ ଆଣିଛି କମ୍ପାନୀ । ଏକ ରିପୋର୍ଟ ଅନୁସାରେ, ଏଥିରେ ବେଞ୍ଜିନ ଥିବା ଜଣାପଡ଼ିଛି ।ସେହିପରି ଆମେରିକା ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ଅନୁସାରେ, ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା ।

ବେଞ୍ଜିନ ଦ୍ୱାରା ମଣିଷକୁ କ୍ୟାନସର ହୋଇପାରେ ।ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଯାହା ଫଳରେ ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ ।

Related posts

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

Odisha Halchal

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

Odisha Halchal

ୟୁକ୍ରେନ୍ ନ ଶୁଣିଲେ ବିପଦପୂର୍ଣ୍ଣ ହେବ ଏହାର ଭବିଷ୍ୟତ: ଭ୍ଳାଦିମୀର ପୁତିନ

Odisha Halchal

Leave a Comment