ଅପରାଧଓଡ଼ିଶା ଖବରନ୍ୟୁଜ୍

ସହରରେ ସେକ୍ସ ରାକେଟର ପର୍ଦାଫାଶ

ସହରରେ ସେକ୍ସ ରାକେଟର ପର୍ଦାଫାଶ

ବ୍ରହ୍ମପୁର ସହରରେ ଦିନକୁ ଦିନ ବଢ଼ି ଚାଲିଛି ସେକ୍ସ ରାକେଟ. ପୁଣିଥରେ ଟାଟାବେଞ୍ଚ ଛକ ନିକଟ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ଚଢ଼ାଉ କରି ସେଠାରୁ 4ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ 10ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି.

ଏଠାରେ ଦୀର୍ଘଦିନ ହେବ ସେକ୍ସ ରାକେଟ ଚାଲୁଥିବାର ଖବର ମିଳିବା ପରେ ଖୋଦ ବ୍ରହ୍ମପୁର ଏସ. ପି. ସର୍ଵଣା ବିବେକ ଏମ ସେଠାକୁ ମୋଟର ସାଇକେଲରେ ପହଂଚି ଚଢ଼ଉ କରିଥିଲେ. ବିଏନପୁର ଥାନା ଅଧିକାରୀ ରାଜକୁମାର ମୁର୍ମୁ, ଗୋଶାଣୀ ନୂଆଗାଁ ଥାନା ଅଧିକାରୀ ସ୍ମୁତିପ୍ରଭା ପ୍ରଧାନ, ଏସଆଇ ବିଭୁତି ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ.

ବ୍ରହ୍ମପୁର ସହର ଓଡିଶାର ସୁନାମ ଅର୍ଜନ କରିଥିବା ସହର ମଧ୍ୟ୍ୟରେ ଅନ୍ୟତମ. ଏହା ଓଡିଶାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଅଟେ. ଏଭଳି ସହରରେ ଦିନକୁ ଦିନ ବଢ଼ି ଚାଲିଛି ସେକ୍ସ କାରବାର. ତେଣୁକରି ଜନ ସଚେତନତା ସହ ପୋଲିସମାନଙ୍କର କଡା ନୀତି ନିୟମ ଓ ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡ ବିଧାନ କଲେ କିଛି ମାତ୍ରାରେ ସହର ସୁଧୁରିବ ବୋଲି ଆଶା କରାଯାଉଛି.।

Related posts

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

Odisha Halchal

ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ବ୍ଲକ ଘେରାଉ

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

Leave a Comment