ଅପରାଧଓଡ଼ିଶା ଖବରନ୍ୟୁଜ୍

ନକଲି ବିଦେଶୀ ମଦ ଓ ଗଞ୍ଜେଇ ଜବତ ସହ ତିନି ଗିରଫ

ନକଲି ବିଦେଶୀ ମଦ ଓ ଗଞ୍ଜେଇ ଜବତ ସହ ତିନି ଗିରଫ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଅବକାରୀ ବିଭାଗ ଖଡ଼ିଆଳ ଶାଖା ତରଫରୁ ଗତକାଲି 10କିଲୋ ଗଞ୍ଜେଇ ଜବତ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି. ସେହିପରି ନୂଆପଡା ଶାଖା ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ନକଲି ବିଦେଶୀ ମଦ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି.

ସୂଚନା ଅନୁସାରେ ନୂଆପଡା ଶାଖା ତରଫରୁ ସିନାପାଲି ଠାରେ ଚଢ଼ାଉ କରି ଜଣେ ନକଲି ବିଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ତାଠାରୁ 20.355ଲିଟର ନକଲି ବିଦେଶୀ ମଦ ଓ 25.350ଲିଟର ନକଲି ବିୟର ଜବତ କରାଯାଇଛି. କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶକ୍ରମେ ଅବକାରୀ ବିଭାଗର ଦୁଇଟି ପୃଥକ ପୃଥକ ଟିମ ଖଡ଼ିଆଳ ଓ ନୂଆପଡାରେ ଚଢ଼ାଉ କରି ମହାଦେବ ମେହେରଙ୍କ ଠାରୁ ନକଲି ବିଦେଶୀ ମଦ, ବିୟର ଓ ଠିପି ଜବତ କରିଥିବାବେଳେ ଖଡ଼ିଆଳ ଦଳ ଚଢ଼ାଉ କରି 10କିଲୋ ଗଞ୍ଜେଇ ଜବତ କରିବା ସହ ରାୟଗଡା ଜିଲ୍ଲା ବିଷମକଟକ ଥାନା ସିକାବନ୍ଧା ଗ୍ରାମର ସୁଧୀର ବାତ୍ରା ବୟସ 12 ଏବଂ ବିଷମ କଟକ ଥାନା ବଡବୁହାଡା ଗ୍ରାମର ଭାଗିରଥି କୌଶଲ୍ୟା ବୟସ 38କୁ ଗିରଫ କରାଯାଇଛି.

ଚଢ଼ାଉ ସମୟରେ ଜିଲ୍ଲା ଅବକାରୀ ଦଳରେ ସବ ଇନପେକ୍ଟର ଡମ୍ବରୁଧର ହରିଜନ, ଏସ ଆଇ ମଙ୍ଗଳ ଛତ୍ରିଆ, ଏସ ଆଇ ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ସରୋଜ କଟା, ଗିରେନ୍ଦ୍ର କଣ୍ଟା, ଧନରାଜ ଦଣ୍ଡସେନା, ବୈଜୟନ୍ତି ଶବର, ହିଙ୍ଗୁଳା ଦାସ, ଶିବୁ ଦୁରିଆ, ମଳୟା ମହାଳିଙ୍ଗ ପ୍ରମୁଖ ସାମିଲ ଥିଲେ.ନୂଆପଡା ଜିଲ୍ଳାରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି. ସେଥିପାଇଁ ଜିଲ୍ଲାର ଯୁବକମାନେ ପ୍ରଭାବିତ ହେଉଛନ୍ତି. ଜିଲ୍ଳାରୁ ଅବକାରୀ ବିଭାଗ ତରଫରୁ କଠୋର କାର୍ଯାନୁଷ୍ଠାନ ଓ ଉଚିତ ତଦନ୍ତ ନେବା ଉଚିତ. ଆଗାମୀ ଦିନରେ ଜିଲ୍ଳାରେ ନିଶା ନିବାରଣ ଭାରତ ଅଭିଯାନରେ ସାମିଲ ହୋଇ ପ୍ରତି ଗାଁ ଓ ସହରରେ ଜନ ସଚେତନତା କାର୍ଯ୍ୟକ୍ରମଗୁଡିକ କଲେ ଜିଲ୍ଳାରୁ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି.

Related posts

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

Odisha Halchal

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ

Odisha Halchal

Leave a Comment