ଓଡ଼ିଶା ଖବରନ୍ୟୁଜ୍

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା, ପ୍ରତିଶ୍ରୃତି ଦେଇ ବିବାହ ପାଇଁ ନ ଆସିବାରୁ ପ୍ରେମିକା ଦେଲେ ଏତଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା । ଜଗତସିଂହପୁର ଥାନାରେ ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ପ୍ରତିଶ୍ରୃତି ଦେଇ ବିବାହ ପାଇଁ ନଆସିବାରୁ ପ୍ରେମିକା ଏତଲା ଦାୟର କରିଛନ୍ତି ।

ବିଧାୟକଙ୍କ ନାଁରେ ଠକେଇ, ପ୍ରତାରଣା ଭଳି ଅଭିଯୋଗ ଆସିଛି । ବିଧାୟକଙ୍କ ସମ୍ପର୍କୀୟ ଧମକଚମକ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଗତକାଲି ବିବାହ ପଞ୍ଜୀକରଣ ପାଇଁ ଆସି ଫେରିଥିଲେ ପ୍ରେମିକା ସୋମାଲିକା । ତେବେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ମଧ୍ୟ ଆସିନଥିବା ଅଭିଯୋଗ କରିଥିଲେ ।

ତେବେ ସେ କାଲି ଆସିଥିବାକୁ କିଛି କହିନଥିବା ବିଧାୟକ ବିଜୟ କହିଥିଲେ । ସେହିପରି ଗତ ମାସ ୧୭ ତାରିଖରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ବିବାହ ପାଇଁ ସବ୍ ରେଜିଷ୍ଟ୍ରିରେ ଆବେଦନ କରିଥିଲେ । ଜଗତସିଂହପୁର ଜିଲ୍ଲା ସବ୍ ରେଜିଷ୍ଟ୍ରି ଅଫିସରେ ଶୁକ୍ରବାର ରେଜିଷ୍ଟ୍ରି ବିବାହ ପାଇଁ ଦରଖାସ୍ତକୁ ୩୦ ଦିନ ହୋଇଥିଲା ।

Related posts

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

ଆଜିର ଖବର

Odisha Halchal

Leave a Comment