ଓଡ଼ିଶା ଖବରନ୍ୟୁଜ୍

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

ଘର ଦ୍ୱାରମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ। ଦୀର୍ଘ ୯ଦିନ ହେଲାଣି ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା । ସସ୍ମିତା ଦୀର୍ଘ9ଦିନ ଧରି ଧାରଣାରେ ବସିବାପରେ ପୋଲିସ ନ୍ୟାୟ ଦେଇନପରିବାରୁ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି ସସ୍ମିତା।

ସ୍ୱାମୀ ଶଶୁର ମଧ୍ୟ ଦେଖା ଦେଉନାହାନ୍ତି। ଶେଷରେ ଗେଟ ତାଲା ଭାଙ୍ଗି ଶଶୁର ଘରେ ରହିବେ ବୋଲି କଟକ ଜିଲ୍ଲା ସାଲେପୁର ମାଛୁଆତି ଠାରେ ସ୍ୱାମୀ ସୁସେନ ମହାରଣାଙ୍କ ଘର ଗେଟ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା କହିଛନ୍ତି। 9ଦିନ ଧରି ଶୀତକାକରରେ ଧାରଣାରେ ବସିବା ଫଳରେ ସସ୍ମିତା ଗୁରୁତର ହୋଇ ସାଲେପୁର ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି।

ଗତକାଲି ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଢାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକମାନେ ଉଧାର କରି ଥିଲେ।ବାଧ୍ୟ ହୋଇ ସେ ତାଲା ଭାଙ୍ଗି ସ୍ବାମୀଙ୍କ ଘରେ ରହିବେ ବୋଲି ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି ସେ କହିଛନ୍ତି। ଘରେ ପ୍ରବେଶ ପରେ ଅନେକ ଜିନିଷ ନଥିବାର ଅଭିଯୋଗ ଆଣିଛନ୍ତି ସସ୍ମିତା।ଏବେବି ସୁଦ୍ଧା ସ୍ୱାମୀ ଶଶୁର ଫେରାରଥିବା ଦେଖିବାକୁ ମିଳିଛି।

Related posts

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

Odisha Halchal

Leave a Comment