ଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର) ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର।ପୋଲିସ ର ତନା ଘନା ଜାରି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛପଟେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମନମୁଣ୍ଡା ପୋଲିସ।ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଦେଉଳି ଗ୍ରାମର ବିନୋଦିନୀ ମେହେର ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପଛ ପଟେ ଏକ ଘର କରି ଏକୁଟିଆ ରହିଆସୁଥିଲେ।

ସେ ମୂଳ ମଜୁରୀ କରି ପେଟ ପୋଷୁଥିବା ବେଳେ ପରିବାର କହିଲେ ସେ ନିଜେ ଆଉ ତାଙ୍କର ଜଣେ ଝିଅକୁ ସୁବର୍ଣ୍ଣପୁର ଜିଲ୍ଲା ନିମ୍ନନା ଗ୍ରାମରେ ବିବାହ କରିଥିଲେ।ପାଖ ପଡୋଶୀ କହିବା ଅନୁଯାୟୀ ସେ କାହା ସହିତ କଳି କଜ୍ୟା କରୁନଥିବା ବେଳେ ଜଣେ ଭଲ ମହିଳା ଥିଲେ ବୋଲି ଜଣାପଡିଛି।ଆଜି ଅପରାହ୍ନ ତିନି ଘଣ୍ଟା ସମୟରେ ପଡ଼ୋଶୀ ଏକ ଲିମ୍ୱ ଗଛରେ ବେକରେ ଦଉଡ଼ି ଲଗାଇ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଓ ପୋଲିସ କୁ ଖବର ଦେବା ସହିତ ତାଙ୍କ ଝିଅକୁ ଖବର ଦେଇଥିଲେ।

ପରେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ବୌଦ୍ଧ ରୁ ସାଇନ୍ ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି।ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ମହିଳା ଙ୍କ ସବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ମନ ମୁଣ୍ଡା ଆଇଆଇସି ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି।

Related posts

ରାଜ୍ୟରୁ ଅପସରି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Odisha Halchal

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

Odisha Halchal

ଫେଲ ମାରିଛି ବାର୍ଦ୍ଧକ୍ୟତା

Odisha Halchal

Leave a Comment