ଓଡ଼ିଶା ଖବରନ୍ୟୁଜ୍

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

ଖପ୍ରାାଖୋଲ:-(ରିପୋଟ: -ଅବିନାଶ ବିଶ୍ଵାଳ)ବାଲାଙ୍ଗୀର ଜିଲ୍ଲା ଖପ୍ରାାଖୋଲ ବ୍ଲକ ମହାରାପଦର ପଂଚାୟତ ସଗିପାଳି ଗ୍ରାମ ର ଶ୍ରମିକ ମାନେ ଏମ ଜି ଏନ୍ ଆର ଇ ଜି ଏ କାର୍ଯ୍ୟର ଅନିୟମିତତା ଓ ଶ୍ରମିକ ଙ୍କ ପାଉଣା ଦାବୀ କୁ ନେଇ ବ୍ଲକ ଘେରାଉ କରିବା ସହିତ କାର୍ଯ୍ୟାଳୟ କୁ ଭଙ୍ଗା ରୁଜା କରିଛନ୍ତି ।

ଆଜି 11 ଟାରେ ମା ବିନ୍ଧ୍ୟାବାଶିନୀ ଶ୍ରମିକ ସଂଘ ସର୍ଗୀପାଳି ଗ୍ରାମ ର ସତାଧିକ ଶ୍ରମିକ ଏକ ଶୋଭାଯାତ୍ରା ରେ ଆସି ବ୍ଲକ କାର୍ଯ୍ୟାଳୟ କୁ ଧସେଇ ପଶି ବିଡ଼ିଓ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାସ କରି ବ୍ଲକ କାର୍ଯ୍ୟାଳୟ କୁ ଭଙ୍ଗା ରୁଜା କରିଥିବା ଦେଖିବା କୁ ମିଳିଛି। ପୋଲିସ ପ୍ରଶାସନ ପହଂଚିବୁଝାସୁଝା କରି ଥିବା ବେଳେ ଶ୍ରମିକ ମାନେ ବ୍ଲକ କାର୍ଯ୍ୟାାଳୟ ରୁ ବାହାରୀ ଖପ୍ରାାଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ରାସ୍ତା ଅବରୋଧ କରିଥିବା ବେଲେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାଇ ସର୍ଗି ପାଳି ଗ୍ରାମରେ ଏମ ଜି ଏନ ଆର ଇଯିଏ ଯୋଜନାଁରେ ସାତ ଲକ୍ଷ ତଙ୍କା ର କେନାଳ କାମ ରେ ଅନିୟମିତତା ହୋଇଛି ଓ ପାଉଣା ମଧ୍ୟ ମିଳି ନାହିଁ ।

କାମ କରି ନ ଥିବା ଲୋକ ଙ୍କ ଏକାଉଣ୍ଟ ରେ ଠିକ ଭାବେ ପଇସା ପଡୁଥିବା ବେଳେ କାମ କରୁଥିବା ଶ୍ରମିକ ଙ୍କ ଏକାଉଣ୍ଟ ରେ ପଇସା ପଡୁନାହିଁ ଏ ନେଇ ଗତ 26 ତାରିଖ ରେ ବିଡ଼ିଓ ,ଜିଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ ବୋଲି କହିଛନ୍ତି ଏଣୁ ଅସନ୍ତୋଷ ବ୍ୟକ୍ତ କରି ଆଜି ବ୍ଲକ ଘେରାଉ କରି ବ୍ଲକ କାର୍ଯ୍ୟାଳୟ କୁ ଭାଙ୍ଗିଥିବା ବେଳେ ବଲାଙ୍ଗୀର ନୂଆପଡା ରାସ୍ତା କୁ ଅବରୋଧ କରି ଉତେଜନା ଲାଗିରହିଥିବା ଦେଖିବାକୁ ମିଳିଛ୍ହି

Related posts

ମାର୍ଚ୍ଚ ୧୪ ରୁ ସଂସଦ ବଜେଟ୍ ଅଧିବେଶନ ପୁନଃ ଆରମ୍ଭ ହେବ, ଜାରି ରହିବ କୋଭିଡ କଟକଣା

Odisha Halchal

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

Odisha Halchal

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Odisha Halchal

Leave a Comment