ଓଡ଼ିଶା ଖବରନ୍ୟୁଜ୍

ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

କଳାହାଣ୍ଡି:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )କନେଷ୍ଟବଲ ନିଯୁକ୍ତି ରେ ଓବିସି ଓ ଏସସି ବର୍ଗ ଙ୍କୁ ଉପେକ୍ଷା । ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା lରାଜ୍ୟ ରେ ଖାଲି ଥିବା ୪୭୯୦ କନେଷ୍ଟବଳ ପଦ ପୁରଣ ପାଈ ଓଡ଼ିଶା ପୁଲିସ ଷ୍ଟେଟ ସିଲେକ୍ସନ୍ ବୋର୍ଡବ କଟକ ପକ୍ଷ ରୁ ଗତ ୩୦/୧୨/୨୨ ତାରିଖ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୫ ଟି ଏଷ୍ଟାବ୍ଲିସ୍ମେଣ୍ଟ ପାଇଁ ବାହାରିଥିବା ଏହି ପଦବୀ ରେ କଳାହାଣ୍ଡି ଜିଲ୍ଲା ପୁଲିସ ପାଇଁ ୧୪୬ ଟି କନେଷ୍ଟବଲ ପଦବୀ ରହିଛି ।

ତେବେ ୧୪୬ ଟି ପଦବୀ ମଧ୍ୟ ରୁ ଆଦିବାସୀ ବର୍ଗ ଙ୍କ ପାଇଁ ସଂରକ୍ଷିତ ରହି ଥିବା ବେଳେ ୧୧୦ ଟି ପଦବୀ ଅଣ ସଂରକ୍ଷିତ ରହିଅଛି । ଏସସି ବର୍ଗ ଓ ଓବିସି ବର୍ଗ ପାଇଁ ନିଯୁକ୍ତି ରେ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ ଯାହାକୁ ନେଇ ଏହି ଦୁଇ ଵର୍ଗ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଆଜି ଧର୍ମଗଡ ଚାରି ଛକ ଠାରେ ଏହାକୁ ନେଇ ଓବିସି,ଏସଟି ଓ ଏସସି ମଳିତ ମହାସଂଘ ତରଫରୁ ଓଡିଶା ସରକାର ଙ୍କ ଦ୍ଵାରା ପୁଲିସ କନିଷ୍ଟବଳ ଚାକିରୀ ପାଇଁ ପ୍ରକାଶିତ ବିଜ୍ଞପ୍ତି କୁ ପୋଡ଼ା ଯାଇ ଥିଲା । ସଂରକ୍ଷଣ ଏସସି ଓ ଓବିଶି ବର୍ଗ ଙ୍କୁ ଅଣଦେଖା କରା ଯାଇଥିଵାରୁ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି ଵିଜ୍ଞାପନକୁ ଜଳା ପୋଡା କରାଯାଇଛି l

ମିଳିତ ସଂଘ ପକ୍ଷ ରୁ ସମାଜସେବୀ ଡାକେଶ୍ୱର ଲହଜଲଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଜଳା ପୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ପ୍ରତିବାଦ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଯିବି ଦିଗାମ୍ବର ଦୁରିଆ,ସୁଧୀର ଗୋପାଳ, କ୍ଷୀରମୋହନ ପଟେଲ,ରୀନା ଭୋଇ, ଢଗ ନାଏକ,ଲକ୍ଷଜୋତି ଜାଲ,ରତନ ନାଏକ,ଗଡ଼ିଆଜୋର ସମିତି ସଭ୍ୟ ଶଙ୍କର ନାଏକ, ଯୁବ ଯାଦବ ସଭାପତି ଆଦିତ୍ୟ ହଂସ ଯାଦବ,ଡମ୍ବରୁଧର ଲହଜାଲ ସତ୍ୟବାନ୍ ନାଏକ, ରାମଦାସ ମେହେର ,ରାଜେଶ ବଗର୍ତ୍ତି ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇ ଥିଲେ l

Related posts

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal

Leave a Comment