ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା

ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା

କଟକ :-ସାଲେପୁର ମଣ୍ଡଳ ଶିକ୍ଷାଅଧିକାରୀଙ୍କ ଅଧୀନରେ ଚାଲିଥିବା ସରକାରୀ ଶିକ୍ଷାଵେବସ୍ତା ଢିଲା। ସରକାର ପିଲାମାନଙ୍କ ପାଇଁ ଶିକ୍ଷା ଵେବସ୍ତାରେ ଉର୍ନତମାନର କରିବା ପାଇଁ କେଉଁଠି ଫାଇଫଟି ସ୍କୁଲ କରିବାରେ ଚେଷ୍ଟା ତ ଆଉକୋଉଠି ମଡେଲସ୍କୁଲ କରିବାରେ ବେସ୍ତ । ଏଥିପାଇଁ ଅଭିଭାବକ -ଶିକ୍ଷକ ବ୍ୟଠକ ବସି ପିଲାମାନେ କେମିତି ପାଠପଢାରେ ଉର୍ନତି ହୋଇପାରିବ ଚେଷ୍ଟା ଚାଲିଥିବା ବେଳେ ସାଲେପୁର ବ୍ଲକ ବଣହରା ହାଇସ୍କୁଲରେ ଦେଖିବାକୁ ମିଳିଛି ଏହାର ଓଲଟା ବାସ୍ତବ ଚିତ୍ର।

ଅଭିଭାବକ ଓ ସ୍କୁଲ କମିଟି ପ୍ରେସିଡେଣ୍ଟ ଙ୍କୁ ବ୍ୟଠକ ପାଇଁ ନୋଟିସ ପଠାଯିବା କଥା ହେଲେଏଠାରେ ପିଲାମାନଙ୍କ ହାତରେ ଖବରଦିଆଯାଉଛି ଅଭିଭାବକ ଙ୍କୁ। ପରୀକ୍ଷାପାଇଁ ପୃର୍ବଦିନ ରାତିଦଶଟା ରେ ଅଭିଭାବକ ମୋବାଇଲକୁ ଗୃପରେ ମେସେଜ ଖବର ଦିଆଯାଉଛି। ହେଲେ ସ୍କୁଲରଛାତ୍ରଛାତ୍ରୀମାନେ ଜାଣିନାହାନ୍ତି ପରୀକ୍ଷା କେଉଁଦିନ କଣ ପରୀକ୍ଷା ଦେବେ ଏକଥା ଆମେ କହୁନାହୁଁ ଖୋଦ ସ୍କୁଲର ଛାତ୍ରଛାତ୍ରୀକଣ କହୁଛନ୍ତି ଶୁଣନ୍ତୁ, ଏକଥା ପ୍ରଧାନଶିକ୍ଷୟତ୍ରୀକୁ ପଚାରିବାରୁ ସିଏଦୋଷ ଦେଉଛନ୍ତି ସି. ଆ. ର. ସି. ସି କୁ। ସିଆର ସିସିଙ୍କୁ ପଚାରିବାରୁ ସିଏ ଦୋଷଦେଉଛନ୍ତି ପ୍ରଧାନଶିକ୍ଷୟତ୍ରିଙ୍କୁ। ପ୍ରଧାନଶିକ୍ଷୟତ୍ରିଙ୍କୁ ପଚାରିବାରୁ ସେ ମୋବାଇଲ ଭାଙ୍ଗିଦେବାକୁ ଧମକ ଦେଇଥିଲେ। ସେହିଭଳି କୁସମୀ ସ୍କୁଲରୁ ମଧ୍ୟ ଏକ ଅଭିଯୋଗ ଆସିଛି। ଏକ ପିଲାଟିର ହାତଛେଚିହୋଇଯାଇ ଗୁରୁତ୍ୱର ଅବସ୍ଥାରେ ଶିକ୍ଷକଘରେ ଛାଡିଦେଇଥିଲେ। କୌଣସି ଖବର ବୁଝିଲେ ନାହିଁ।

ସାଲେପୁର ବିଇଓଙ୍କ ଅଧୀନରେ ଚାଲିଛି ଏଭଳି ଶିକ୍ଷାଵେବସ୍ତା । ଏହି ଘଟଣାକୁ ନେଇ ସାଲେପୁର ବ୍ଳକ ଶିକ୍ଷା ଅଧିକାରୀ ମଧ୍ୟ ଉତ୍ତରନଦେଇ ପଳାଇ ଯାଇଥିଲେ। ଏହିବିଷୟରେ ଶିକ୍ଷାବିଭାଗର ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ପଚାରିବାରୁ କିଛି ଉତ୍ତର ଦେଇପାରିବେ ନାହିଁ ବୋଲି କହି ବୁମକୁ ଆଡେଇ ପଳେଇ ଯାଇଥିଲେ l ଏଥିରୁ ଜାଣିପାରୁଥିବେ ଯେ ଆମ ଶିକ୍ଷାମନ୍ତ୍ରୀ କେତେ ଟାଣୁଆ । ଖାଲି ଯେ ସାଲେପୁର ବ୍ଳକରେ ଶିକ୍ଷା ବ୍ୟବସ୍ଥା ଢିଲା ତାହା ନୁହେଁ ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ଖୋଦ ଶିକ୍ଷାମନ୍ତ୍ରୀଙ୍କ ବୁମ ଠେଲାରୁ ଜାଣିପାରୁଥିବେ।

Related posts

ପୁଣି ମାତିଲେ ଚୋର

Odisha Halchal

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ?

Odisha Halchal

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

Odisha Halchal

Leave a Comment