ଅପରାଧଓଡ଼ିଶା ଖବରନ୍ୟୁଜ୍

ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

ବିବାଦରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ନାଁରେ ଏତଲା ହୋଇଛି। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଏତଲା ଦେଇଛନ୍ତି।

ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ। ହେଲେ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।ହର ବାରିକ କହିଛନ୍ତି, ବର୍ଷିଆନ୍‌ ଅଭିନେତା ଦୈତାରୀ ପଣ୍ଡା ୨୦୨୨-୨୩ ବର୍ଷ ପାଇଁ ଚୁକ୍ତି କରିଥିଲେ। ଏପରିକି ତାଙ୍କ ଦରମାର ଅଧା ଟଙ୍କା ଆଡ୍‌ଭାନ୍ସ ଆକାରରେ ନେଇଥିଲେ। ବାକି ଟଙ୍କା ମାଗୁଥିଲେ।

ମାତ୍ର ଯାତ୍ରା ପାର୍ଟି ମାଲିକ ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ଶ୍ରୀ ପଣ୍ଡା ପାର୍ଟିରେ ଯୋଉନାହାନ୍ତି। ସେଥିପାଇଁ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ବୋଲି ଶ୍ରୀ ବାରିକ କହିଛନ୍ତି।ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା। ସେ କହିଛନ୍ତି, ସେ ଗୁଡ଼ାକ ସବୁ ମିଛ କଥା। ମୁଁ ସେମାନଙ୍କଠାରୁ ପଇସା କାହିଁକି ଆଣିବି? ଯଦି ପଇସା ଆଣିଥାଆନ୍ତି, ତାହାହେଲେ ଯେତେ କଷ୍ଟ ହେଲେ ମଧ୍ୟ ଯାଇଥାଆନ୍ତି। ସେମାନେ ପଇସା ଦେବା ପାଇଁ ଡାକୁଥିଲେ। ମାତ୍ର ମୁଁ ଗଲିନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Related posts

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

Odisha Halchal

5G Networkରେ ଡାଟା ସରିବା ସହ ହୋଇପାରେ ଏହିସବୁ କ୍ଷତି: ଏବେଠୁ ରୁହନ୍ତୁ ସାବଧାନ

Odisha Halchal

ସହରରେ ସେକ୍ସ ରାକେଟର ପର୍ଦାଫାଶ

Odisha Halchal

Leave a Comment