ଓଡ଼ିଶା ଖବରନ୍ୟୁଜ୍

ଗୁଣପୁର ଚଇତି ଇଡିତାଲ ପ୍ରସ୍ତୁତି ବୈଠକ

ଗୁଣପୁର ଚଇତି ଇଡିତାଲ ପ୍ରସ୍ତୁତି ବୈଠକ

ଗୁଣପୁର:-(ରିପୋର୍ଟ :-କାଁହୁଚରଣ ପାଢ଼ୀ) ଗୁଣପୁର ଉପ ଜିଲ୍ଲାପାଳଙ୍କ ସଭା ଗୃହଠାରେ ଚଇତି ଇଡି ତା ଲ ବୈଠକ ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ , ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା, ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଗ ଦେଇଥିଲେ । ଆସନ୍ତା ଜାନୁୟାରୀ 10,11,12 2023ରେ ଗୁଣପୁର ଚଇତି ଇଡିତାଲ ପାଳନ ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପରିତ ହୋଇ ଜିଲ୍ଲାପାଳ, ରାୟଗଡ଼ଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବାକୁ ପ୍ରସ୍ତାବ ରଖାଗଲା ।

ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉପ କମିଟି ଗଠନ କରାଗଲା ଓ ସେହି ଉପ କମିଟି ଆସନ୍ତା ଦିନରେ ବୈଠକ କରି 21,12,2022ସୁଦ୍ଧା ଉପ ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ପ୍ରସ୍ତାବ ରଖିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଉତ୍ସବ ପାଳନ ସମୟରେ ଶିଶୁ ଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଓ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରିବା ନିମନ୍ତେ ପ୍ରସ୍ତାବ ଗୁଡିକ ସର୍ବ ସମ୍ମତିକ୍ରମେ ପରିତ କରାଗଲା । ଇଡିତାଲ ଗୁରୁ ଲକ୍ଷ୍ମଣ ଶବରଙ୍କ ପ୍ରସ୍ତାବ ଅନୁଯାୟୀ ଇଡାଇ ଇଡିତାଲ ରଖିବା ନିମନ୍ତେ ଏକ ଆଲୋଚନା ହୋଇଥିଲା ଓ ଚଇତି ଉତ୍ସବ ଇଡାଇ ଇଡିତାଲ ରଖିବା ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପରିତ କରାଗଲା ।

ଏହି ବୈଠକରେ ଗାନ୍ଧୀ ଗ୍ରୁପର ଉପ ସଭାପତି ତଥା ଚଇତି କମିଟିର ଆବାହକ ଡ଼ ଚନ୍ଦ୍ରଧ୍ଵଜ ପଣ୍ଡା, ନବ ନିର୍ମାଣ ସମିତି ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ଦାସ, ଓକିଲ ସଂଘ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟନାୟକ, ଶ୍ରୀ ସୂର୍ଯ୍ୟ ନାରାୟଣ ରଥ, ଶ୍ରୀ କୈଳାସ ଦାସ, ଶ୍ରୀ ଉମା ଚରଣ ପଟନାୟକ, ଶ୍ରୀ ଇନ୍ଦ୍ରକ୍ଷୀ ପ୍ରସାଦ ଦାସ , ଅଶ୍ୱିନୀ ଗମାଙ୍ଗ ପ୍ରେସ ୟୁନିୟନ ସଭାପତି ଶ୍ରୀ ପ୍ରମୋଦ ସାହୁ, ଶ୍ରୀ ଶକ୍ତିଦାସ, ପ୍ରେସ କ୍ଲବ ସଭାପତି ଶ୍ରୀ ଦେବେନ୍ଦ୍ର ଚୌଧୁରୀ, ଓଡିଶା ସାମ୍ବାଦିକ ୟୁନିୟନ (OUJ) ସମ୍ପାଦକ ରଞ୍ଜିତ କୁମାର ପାଢୀ, ଶ୍ରୀମତୀ ଅମ୍ବିକା ମହାପାତ୍ର, ରାଜେଶ୍ୱରୀ ଦଳାଇ, ସୁଶ୍ରୀ ସୁସ୍ମିତା ବାଉରୀ, ସାମ୍ବାଦିକ , ବୁଦ୍ଧିଜୀବୀ, ସରକାରୀ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସ୍ୱାଗତ କରିଥିବା ବେଳେ ଉପ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ରାଧା ଚରଣ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Odisha Halchal

କାଚ ପରେ ଏବେ ଅଖା ପିନ୍ଧିଲେ ଉର୍ଫି, ଅତରଙ୍ଗୀ ଅନ୍ଦାଜ୍‌ରେ ସେୟାର କଲେ ଭିଡିଓ

Odisha Halchal

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

Odisha Halchal

Leave a Comment