ଓଡ଼ିଶା ଖବରବ୍ୟବସାୟ

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

ବହୁ ପ୍ରତିକ୍ଷିତ ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ, ଜୁନିଅର ଏନଟିଆର ଏବଂ ରାମ ଚରଣ ଅଭିନିତ ‘ଆରଆରଆର’ ଶେଷରେ ମୁକ୍ତିଲାଭ କରିଛି । ଫିଲ୍ମର ଟ୍ରେଲର ଏବଂ ଗୀତ ବହୁ ପୁର୍ବରୁ ଭାଇରାଲ ହୋଇସାରିଛି । ଏଭଳି ପରିସ୍ଥତିରେ ପ୍ରଶଂସକମାନେ ଶାନ୍ତ ରହିପାରିବେ ବା କିପରି । ‘ଆରଆରଆର’ ରିଲିଜ ହେବାର ପ୍ରଥମ ଦିନରେ ପ୍ରଶଂସକମାନେ ସିନେମା ଘର ଆଗରେ ଲମ୍ବା ଧାଡ଼ି ଲଗାଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ‘ଆରଆରଆର’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି ।

ଭାରତରେ ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୧୮ କୋଟି ଟଙ୍କା ରୋଜଗାର କରିଛି। ଆମେରିକାରେ ମଧ୍ୟ ବହୁତ ଭଲ ବ୍ୟବସାୟ କରୁଛି । ପ୍ରଥମ ଦନରୁ ହିଁ ଏହି ଫିଲ୍ମ ବକ୍ସ ଅଫିସରେ ଗର୍ଜନ କରୁଛି । ସେହିଭଳି ତେଲୁଗୁ ଭାଷାରେ ଏହି ଚଳଚ୍ଚିତ୍ର ସମସ୍ତ ରେକର୍ଡ ଭାଙ୍ଗି ୧୦୦ କୋଟିରୁ ଅଧିକ ଆୟ କରିଛି। ହିନ୍ଦୀ ଏବଂ ତେଲୁଗୁ ବ୍ୟତୀତ ଫିଲ୍ମ ‘ଆରଆରଆର’ ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି ।

Related posts

ସମ୍ବାଦ ସାହିତ୍ୟ ଘର ଖଡ଼ିଆଳ ତରଫରୁ ଶୀତ ଆସର ଓ ପୁସ୍ତକ ଲୋକାର୍ପଣ

Odisha Halchal

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

Odisha Halchal

WEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲା

Odisha Halchal

Leave a Comment