ଅପରାଧଓଡ଼ିଶା ଖବରନ୍ୟୁଜ୍

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁହାଟରେ ଗୁଳିମାଡ କରି ଲୁଟ୍ କରାଯାଇଛି । ପଶ୍ଚିମ ବଙ୍ଗର ଆସିଥିବା ଜଣେ ବେପାରୀଙ୍କୁ ଗୁଳି କରି ଲୁଟ୍ କରାଯାଇଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଉକ୍ତ ସ୍ଥାନକୁ ଆସିଥାନ୍ତି । ତେବେ ବୁଧବାର ସକାଳ ପ୍ରାୟ ୭ଟାରେ ଗୋରି ହାଟ ଚାଲିଥିବା ବେଳେ ୪ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ୍ ଗୁଳିମାଡ କରିଥିଲେ । ତେବେ ବ୍ୟବସାୟୀଙ୍କ ପାଖରେ ଥିବା ୨୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ସେପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହାସହିତ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଦେଇଛି ।

Related posts

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

Odisha Halchal

ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ

Odisha Halchal

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

Odisha Halchal

Leave a Comment