ଅପରାଧଓଡ଼ିଶା ଖବରନ୍ୟୁଜ୍

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁହାଟରେ ଗୁଳିମାଡ କରି ଲୁଟ୍ କରାଯାଇଛି । ପଶ୍ଚିମ ବଙ୍ଗର ଆସିଥିବା ଜଣେ ବେପାରୀଙ୍କୁ ଗୁଳି କରି ଲୁଟ୍ କରାଯାଇଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଉକ୍ତ ସ୍ଥାନକୁ ଆସିଥାନ୍ତି । ତେବେ ବୁଧବାର ସକାଳ ପ୍ରାୟ ୭ଟାରେ ଗୋରି ହାଟ ଚାଲିଥିବା ବେଳେ ୪ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ୍ ଗୁଳିମାଡ କରିଥିଲେ । ତେବେ ବ୍ୟବସାୟୀଙ୍କ ପାଖରେ ଥିବା ୨୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ସେପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହାସହିତ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଦେଇଛି ।

Related posts

ସେନା ବାହିନୀରେ ଯୋଗଦେବା ପାଇଁ ବିଶେଷ ସୁଯୋଗ

Odisha Halchal

ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର

Odisha Halchal

ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

Odisha Halchal

Leave a Comment