ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜ୍ୟକୁ ପୁଣି ଫେରିବ ତାତି, ଦିନବେଳା ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା

ରାଜ୍ୟକୁ ପୁଣି ଫେରିବ ତାତି, ଦିନବେଳା ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା

ରାଜ୍ୟରେ ଆଜିଠାରୁ ପୁଣି ଫେରିବ ତାତି । ତାପମାତ୍ରା କ୍ରମଶଃ ବୃଦ୍ଧି ହେବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ମାତ୍ର ଏହା ପରେ ବି ଦିନର ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ଥିଲା । ହେଲେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ବିଶେଷ ଗରଣ ଅନୁଭୂତ ହୋଇଥିଲା । ବୌଦ୍ଧରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ରାଜ୍ୟରେ ଘଡଘଡି ସହ ୨ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୬ଟି ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଛି ।

୧୩ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ପବନ ଓ ଘଡଘଡି ସହ ବର୍ଷା ହେବା ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ପୁରୀ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ଦେବଗଡ ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଦିଆଯାଇଛି ।

Related posts

ଆସନ୍ତୁ ବୁଲିଯିବା ଗୁଞ୍ଜିୱାଡା ଜଳପ୍ରପାତ

Odisha Halchal

ଜାତୀୟ ରାଜପଥରେ ଚୋରା ତେଲ ବେପାର

Odisha Halchal

ବିଶ୍ବ ରେକର୍ଡ କଲେ ୧୩ ବର୍ଷର ଦିବ୍ୟାଙ୍ଗ ସନ୍ତରଣକାରୀ : ପହଁରିଲେ ୨୯ କିଲୋମିଟର ପାକ୍-ପ୍ରଣାଳୀ, ଜିତିଲେ ଫ୍ରେଣ୍ଡସିପ୍‌ କପ୍‌

Odisha Halchal

Leave a Comment