ଅପରାଧଓଡ଼ିଶା ଖବରନ୍ୟୁଜ୍

ବୋହୂକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁ ଶ୍ଵଶୁର

ବୋହୂକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁ ଶ୍ଵଶୁର

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା କଦମ୍ବଗଡ଼ି ଗାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି। ସ୍ୱାମୀଙ୍କ ଅନୁପସ୍ଥିତିରେ ଅତି ନିର୍ଦୟ ଭାବେ ଘର ଦାଣ୍ଡରେ ବୋହୂକୁ ନିର୍ଧୁମ ପିଟିଛନ୍ତି ଶାଶୂ ଶଶୁର।

ଘଟଣାର ସୂଚନା ପାଇ ଗୁରୁତର ବୋହୂକୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛି ବରହମପୁର ପୋଲିସ। ସେପଟେ ପୋଲିସକୁ ଚକମା ଅଭିଯୁକ୍ତ ଶାଶୁ ଶ୍ଵଶୁର ଫେରାର ମାରିଛନ୍ତି।ସୂଚନା ଅନୁଯାୟୀ, କଡମ୍ବଗଡି ଗ୍ରାମର ଦେବାଶିଷ ମାଝୀଙ୍କ ବୋହୂ ସଂଯୁକ୍ତା ମହାର୍ଣ୍ଣକୁ ତାଙ୍କ ଶାଶୁ ଶ୍ଵଶୁର ନିର୍ଧୁମ ମାଡ଼ ମାରିଥିଲେ।

ତାଙ୍କର ସ୍ୱାମୀ ଏହି ସମୟରେ ଅନୁପସ୍ଥିତ ଥିଲେ। ଗୁରୁତର ଭାବେ ପୋଲିସ ସଂଯୁକ୍ତାକୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ବରମପୁର ଥାନାରେ ଏକ ଅଭିଯୋଗ ହୋଇଥିବା ବେଳେ ପୋଲିସକୁ ଚକମା ଦେଇ ଭୟରେ ଚମ୍ପଟ ମାରିଲେ ଶାଶୁ ଶଶୁର।ଏନେଇ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି।

Related posts

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

Odisha Halchal

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

Odisha Halchal

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

Odisha Halchal

Leave a Comment