ଓଡ଼ିଶା ଖବରନ୍ୟୁଜ୍

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

ବାଉଁଶୁଣି ପୋଲିସ୍ ଦ୍ବାରା ଜବତ ହୋଇଥିବା 5ଟନ୍ ବିସ୍ଫୋରକ ସାମଗ୍ରୀ ଉଡ଼ବିଲକା ଜଙ୍ଗରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସଙ୍କ ଉପସ୍ଥିତିରେ ନଷ୍ଟ କଲା ଭୁବନେଶ୍ୱର କଣ୍ଟ୍ରଲର ଅପ ଏସକ୍ଲୋସିଭ ର ପାଞ୍ଚ ଜଣିଆ ପ୍ରତିନିଧି ଦଳ ।ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ସିଆଲିମୁଣ୍ଡା ଛକ ନିକଟରେ ଗୋଛାପଡ଼ା ପଞ୍ଚାୟତ ର କିଛି ଗ୍ରାମବାସୀ ବିସ୍ଫୋରକ ବୋଝେଇ ଗାଡି କୁ ଧରି ବାଉଁଶୁଣି ପୋଲିସ କୁ ଖବରଦେଇଥିଲେ ।

ଗତ ଡିସେମ୍ବର 1ତାରିଖରେ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା,ଡ୍ରାଇଭର ରାଜେଶ୍ ପ୍ରଧାନ ଙ୍କୁ ଅଟକ ରଖାଯାଇଥିଲା ଓ ରାମଚଣ୍ଡୀ କ୍ରସର ର ମାଲିକ ଶ୍ରୀନିବାସ ମିଶ୍ର ଙ୍କ ନାମରେ ମାମଲା ରୁଜୁ କରିଥିଲା । ମାନ୍ୟବର କୋଟ ର ନିଦ୍ଦେଶ କ୍ରମେ ବୁଧବାର ଦିନ 11ଘଣ୍ଟା ସମୟରେ ଉଡ଼ବିଲକା ଜଙ୍ଗଲ ର ଏକ ମାଇନ୍ସ ରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ବେଆଇନ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରାଯାଇଛି ।ଏଥିରେ ଭୁବନେଶ୍ୱର ରୁ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆସି ନଷ୍ଟ କରିଛନ୍ତି । ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ଙ୍କ ଉପସ୍ଥିତିରେ ଜବତ ହୋଇଥିବା ପାଞ୍ଚ ଟନ ବିସ୍ଫୋରକ ସାମଗ୍ରୀ ନଷ୍ଟ କରାଯାଇଛି ।

ବାଉଁଶୁଣି ପୋଲିସ ଦ୍ବାରା ଜବତ୍ ହୋଇଥିବା ବିସ୍ପୋରକ ଗାଡି ଖୋଲାଯିବା ସହ ସମସ୍ତ ସାମଗ୍ରୀ ପୋଡାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗାଡି ଖୋଲାଯିବା ପରେ ଶକ୍ତି ପ୍ରାଇମ୍ କମ୍ପାନୀର ୨୫ କିଲୋଗ୍ରାମ ଓଜନର ୨୦୦ ପ୍ୟାକେଟ ବିସ୍ପୋରକ ସାମଗ୍ରୀ ବାହାରିବା ସହ ୩୯୦ ଟି ନନ୍ ଇଲେକ୍ଟ୍ରିକାଲ ଡେଟାନର୍,୫୦ ଟି ଇଲେକ୍ଟ୍ରିକାଲ ଡେଟାନର୍ ଓ ୧୫ ଶହ ମିଟର ତାର ବାହାରିଥିବା ବାଉଁଶୁଣି ଭାରପ୍ରାପ୍ତ ଥାନା ଅଧିକାରୀ ଅରୁଣ ସିଂ ସୁଚନା ଦେଇଛନ୍ତି।

Related posts

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal

ମିଲିଟୋପୋଲ୍‌ର ମେୟର୍‌ଙ୍କୁ ଅପହରଣ କରି ନେଇଛନ୍ତି ରୁଷୀୟ ସୈନିକ

Odisha Halchal

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

Leave a Comment