ବନ୍ଧୁକ ଦେଖାଇ ଲୁଟ୍ ହେଲା ୨ ଲକ୍ଷ ୭୭ ହଜାର ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ଦହିପୁର ଶନି ମନ୍ଦିର ନିକଟରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୩ ଲୁଟେରା ।
ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ରେ ଫେରିଲା ବେଳେ ଲୁଟ୍ ର ଶିକାର ହୋଇଛନ୍ତି ଜଣେ ବୟସ୍କ । ଗୋଟିଏ ବାଇକ୍ ରେ ଆସି ୩ଜଣ ଲୁଟେରା ଲୁଟ୍ କରିଥିବା ଥାନାରେ ବର୍ତ୍ତମାନ ଅଭିଯୋଗ ହୋଇଛି ।
ସୁଚନା ଅନୁସାରେ ଦିନକୁ ଦିନ ରାଜ୍ୟରେ ଲୁଟ୍ କାରବାର ବଢୁଥିବା ବେଳେ ପୋଲିସ୍ ଆଖିରେ ଧୁଳି ଦେଇ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପାଇଁ ବର୍ତ୍ତମାନ ଗୋଟିଏ ପ୍ରକାର ଚ୍ୟାଲେଞ୍ଜିଂ ହୋଇପଡ଼ିଛି ।