ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

ଗତକାଲି ହୋଲି ଉତ୍ସବ ସମୟରେ ବିବାଦ ଘଟିବାରୁ ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼ ହୋଇଥିଲା । ଦଣ୍ଡୁସିପଡା ଗାଁରେ ୨୦ ରୁ ଅଧିକ ବୋମାମାଡ଼ରେ ଜଣେ ଆହତ ମଧ୍ୟ ହୋଇଥିଲେ ।

ତେବେ ବର୍ତ୍ତମାନ ଗାଁରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଚଳିତ ବର୍ଷ ଫେବୃଆରୀରେ ରାଜନୈତିକ ବିବାଦକୁ ନେଇ ଏହି ଅଞ୍ଚଳରେ ବୋମା ମାଡ଼ ହୋଇଥିଲା ।

ତେଣୁ ଏବେ ଗିରଫ ହେବା ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଗାଁ । ଯିଏ ଯାହା ଘରେ କବାଟ ଦେଇ ରହିଥିବା ବେଳେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହି ଗୋଟିଏ ଘଟଣା ନୁହେଁ ସେହିପରି ହୋଲି ଖେଳରୁ ସଂଘର୍ଷ ଘଟି ୧୦ ଆହତ ହୋଇଛନ୍ତି । ଗଞ୍ଜାମ ଆସିକା ପାଟିଳିଗୁଡ଼ା ଗାଁରେ ହୋଲି ଖେଳରୁ ସଂଘର୍ଷ ଦୁଇ ସାହି ମଧ୍ୟରେ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ଆହତମାନେ ଚିକିତ୍ସା ପାଇଁ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Related posts

ଡ୍ରାଇଭର ମହାସଂଘ ର ଚେତାବନୀ

Odisha Halchal

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

Odisha Halchal

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲ ଛାତରୁ ଡେଇଁପଡିଲେ

Odisha Halchal

Leave a Comment