ଓଡ଼ିଶା ଖବରନ୍ୟୁଜ୍

ଡ୍ରାଇଭର ମହାସଂଘ ର ଚେତାବନୀ

ଡ୍ରାଇଭର ମହାସଂଘ ର ଚେତାବନୀ

ଜମନକିରା:-(ରିପୋର୍ଟ -: ସତ୍ୟପ୍ରିୟ ମହାପାତ୍ର)ଅଞ୍ଚଳ ର ୨୧ ଟି ପଞ୍ଚାୟତ ରୁ ଏବଂ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଡ୍ରାଇଭର ଏକତ୍ରିତ ହୋଇ ଏକ ରାଳୀ ଯୋଗେ ଜମନକିରା ବ୍ଲକ୍ ଛକ ରୁ ବାହାରି ଥାନା ପଡିଆ ରେ ଏକ ବିରାଟ ସଭା ର ଆୟୋଜନ କରିଥିଲେ,

ଏଇ କାର୍ଯ୍ୟକ୍ରମ ର ରାଜ୍ୟସ୍ତର ରୁ ପ୍ରଶାନ୍ତ ମଣ୍ଡଳୀ,ଏବଂ ଚୈତନ୍ୟ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ବଲପୁର ରୁ ଜୟନାରାୟଣ ମହାନା,ଦୟାନିଧି ବିଶ୍ବାଳ,ଦେବେନ୍ଦ୍ର ସେଉଲ୍ ଭଦ୍ରକ ରୁ ଦିଲୀପ ସାହୁ ବରଗଡ ରୁ ଅଚ୍ୟୁତ ସେଠ୍,ଅମୂଲ୍ୟ ସାହୁ ଏବଂ ଝାରସୁଗୁଡ଼ା ରୁ ଆଦିତ୍ୟ ଦେବ, ରୋଶନ ପଟେଲ,ଶ୍ୟାମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭାବେ ଜମନକିରା ଥାନା ଅଧିକାରୀ ଶ୍ରୀ ପ୍ରେମଜିତ ଦାସ ଯୋଗ ଦେଇଥିଲେ,

ପ୍ରକାଶ ଥାଉ କି ଦୀର୍ଘ ଦିନରୁ ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରି ଆସୁଛି କିନ୍ତୁ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମାର୍ଚ୍ଚ ପନ୍ଦର ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ୍ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି,ବର୍ତମାନ ଖବର ପ୍ରସାରଣ ପରେ ଦେଖାଯାଉ ପ୍ରଶାସନ ଡ୍ରାଇଭର ମହାସଂଘ ର ଚେତାବନୀ କୁ କର୍ଣ୍ଣପାତ କରୁଛନ୍ତି କି ଅଣ ଦେଖା କରୁଛନ୍ତି

Related posts

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ

Odisha Halchal

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Odisha Halchal

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

Odisha Halchal

Leave a Comment