ଅପରାଧଦେଶ ବିଦେଶନ୍ୟୁଜ୍

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ

ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ ଜବତ ହୋଇଥିବା ମୋବାଇଲର ଦାମ୍ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ ।

ଶନିବାର ବର୍ଡର ଆଉଟ ପୋଷ୍ଟ ଲୋଧିୟାରେ ଦକ୍ଷିଣ ବେଙ୍ଗଲ ଫ୍ରଣ୍ଟିୟର ୭୦ ବାଟାଲିୟନର ସୈନିକମାନେ ପଗଳା ନଦୀରୁ ଏହି ମୋବାଇଲ ଜବତ କରିଥିଲେ । ଏହାକୁ ଏକ ପ୍ଲାଷ୍ଟିକ୍ କଣ୍ଟେନର ଦ୍ୱାରା ପଠାଯାଇଥିଲା । ଏହା ବାଙ୍ଗଲାଦେଶ ଆଡ଼କୁ ଯାଉଥିଲା ।

୭୦ ବାଟାଲିୟନର କମାଡିଙ୍ଗ ଅଫିସର କହିଛନ୍ତି ଯେ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଜବତ କରାଯାଇଥିବା ମୋବାଇଲଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା ସହ ସେ କହିଛନ୍ତ ଯେ ବିଏସଏଫ-ବାଙ୍ଗଲାଦେଶ ସୀମାରେ ତସ୍କରୀ ରୋକିବା ପାଇର୍ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି । ଚୋରାଚାଲାଣକାରୀଙ୍କୁ ଧରାଯାଉଛି ।

Related posts

ଭୋଟ୍ ଦେବାର ନିଶା ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ନାତି

Odisha Halchal

ନୀରିହ ଭୂତ ଚରିତ୍ରରେ ନଜର ଆସିଲେ କ୍ୟାଟ୍ରିନା

Odisha Halchal

ଗାର୍ଡେନ ପଦର ଗ୍ରାମରେ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ଜଣଶିବୀର

Odisha Halchal

Leave a Comment