ଅପରାଧଓଡ଼ିଶା ଖବରନ୍ୟୁଜ୍

ଖେଳୁ ଖେଳୁ ମା’କୁ ଗୁଳି ମାରିଦେଲା ୩ ବର୍ଷର ଛୁଆ

ଖେଳୁ ଖେଳୁ ମା’କୁ ଗୁଳି ମାରିଦେଲା ୩ ବର୍ଷର ଛୁଆ

ବନ୍ଧୁକରେ ଖେଳିବା ହେଲା କାଳ। ଗୁଳି ଫୁଟି ୩ ବର୍ଷର ଛୁଆ ହାତରେ ଚାଲିଗଲା ମା’ର ଜୀବନ। ଆଖିପିଛୁଳାକେ ଟଳିପଡିୟଲେ ମା’। ଏଭଳି ଅଭାବନୀୟ ଘଟଣା ଘଟିଛି ଆମେରିକାର ଚିକାଗୋରେ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ମିଡୱେଷ୍ଟର୍ଣ୍ଣ ସହରର ଉପନଗର, ଡୋଲ୍ଟନର ଏକ ସୁପରମାର୍କେଟ ସ୍ଥିତ ପାର୍କିଂ ସ୍ଥଳରେ ଏହି ଦୁର୍ଘଟଣା ଘଟିଛି। ପିଲାଟି କାର୍‌ ପଛରେ ବେବି ସିଟ୍‌ରେ ବସିଥିଲେ। କାର୍‌ ଆଗରେ ବସିଥିଲେ ବାପା-ମା’। ତେବେ ପିଲାଟି ପାଖରେ ଥିବା ନିଜ ବାପାର ବନ୍ଧୁକକୁ ଖେଳଣା ଭାବୁ ଖେଳିବାକୁ ଲାଗିଥିଲେ। ତେବେ ହଠାତ୍‌ ଦୁର୍ଘଟଣାବସତଃ ସେଥିରୁ ଗୁଳି ଫୁଟି ଯାଇଥିଲା। ସେହି ଗୁଳି ଯାଇ କାର୍‌ ଆଗରେ ବସିଥିବା ୨୨ ବର୍ଷୀୟା ମା’ ଡେଜାହ ବେନେଟ୍‌ଙ୍କ ବେକ ପଛ ପଟେ ବାଜିଥିଲା।

ଏହାପରେ ତାଙ୍କୁ ତୁରନ୍ତ ଚିକାଗୋ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ଛୁଆର ବାପାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ, ନାବାଳିକାଙ୍କ ଦ୍ୱାରା ଅଜାଣତରେ ଗୁଳି ଫୁଟିବା ଦ୍ୱାରା ହାରାହାରି ୩୫୦ ଜଣଙ୍କର ମୃତ୍ୟୁ ହେଉଛି। ଆମେରିକାରେ ବନ୍ଧୁକ କିଣିବା ଏବଂ ଘରେ ରଖିବା ଅତ୍ୟନ୍ତ ସହଜ।

Related posts

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

Odisha Halchal

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ, ମିଳୁନି ପତ୍ତା

Odisha Halchal

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment