ଅପରାଧଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ହିଜାବ ବିବାଦ: କର୍ଣ୍ଣାଟକ ହାଇକୋର୍ଟର ବଡ ନିଷ୍ପତ୍ତି

ହିଜାବ ବିବାଦ କର୍ଣ୍ଣାଟକ ହାଇକୋର୍ଟର ବଡ ନିଷ୍ପତ୍ତି

ପେବୃଆରୀ ୨୫ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସାରିଥିଲେ । ଆଜିର ରାୟ ସହିତ କୋର୍ଟ ନିଜର ନିଷ୍ପତିକୁ ସଂରକ୍ଷିତ ରଖିଛନ୍ତି । ଆଜି ଏହି ବିବାଦୀୟ ମାମଲାର ଶୁଣାଣିକୁ ଦୃଷ୍ଟିରେ ରଖି ସତର୍କମୂଳକ ପଦକ୍ଷେପ ଭାବରେ ଡାକିନା କନ୍ନଡ ଜିଲ୍ଲାପାଳ ଆଜି ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ ରଖିଛନ୍ତି । ଏତି ସହିତ ଧାରା ୧୪୪ ମଧ୍ୟ କାର୍ଯ୍ୟକାରୀ କରାଯାଇଛି ।
ହିଜାବ୍ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଯେ ହିଜାବ୍ ଧର୍ମର ବାଧ୍ୟତାମୂଳକ ନୁହେଁ । ତେବେ ସ୍କୁଲ୍ ଏବଂ କଲେଜ୍‌ରେ ବିଦ୍ୟାର୍ଥୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁବୋଲି କୋର୍ଟ କହିଛନ୍ତି ।

ଚଳିତ ବର୍ଷ ଜାନୁଆରୀରେ ଉଡୁପିରେ ଥିବା ସରକାରୀ କଲେଜରେ ହିଜାବ ପିନ୍ଧିଥିବା ଝିଅମାନଙ୍କୁ ପ୍ରବେଶ ଉପରେ ବାରଣ କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଝିଅମାନେ କଲେଜ ବାହାରେ ଧାରଣାରେ ବସିଥିଲେ। ଏହା ପରେ ଉଡୁପିର ଅନେକ କଲେଜର ଛାତ୍ରମାନେ ଗେରୁଆ ସ୍କାର୍ଫ ପିନ୍ଧି କ୍ଲାସରେ ଯୋଗଦେବା ଆରମ୍ଭ କରିଥିଲେ । ଏହି ବିବାଦ ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବା ସହିତ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଫଳସ୍ୱରୂପ, କର୍ଣ୍ଣାଟକ ସରକାର କହିଥିଲେ ଯେ ସମସ୍ତ ଛାତ୍ର ୟୁନିଫର୍ମକୁ ପାଳନ କରିବା ଉଚିତ ଏବଂ ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉଭୟ ହିଜାବ ଏବଂ ଗେରୁଆ ସ୍କାର୍ଫକୁ ନିଷିଦ୍ଧ କରିବା ଆବଶ୍ୟକ।

ପରେ ଫେବୃଆରୀ ୫ ତାରିଖରେ, ପ୍ରି-ୟୁନିଭର୍ସିଟି ଶିକ୍ଷା ବୋର୍ଡ ଏକ ସର୍କୁଲାର ପ୍ରକାଶ କଲା ଯେ ଛାତ୍ରଛାତ୍ରୀମାନେ କେବଳ ବିଦ୍ୟାଳୟ ପ୍ରଶାସନ ଦ୍ୱାରା ଅନୁମୋଦନ ହୋଇଥିବା ୟୁନିଫର୍ମ ପିନ୍ଧିପାରିବେ ଏବଂ ଅନ୍ୟ କୌଣସି ଧାର୍ମିକ ପୋଷାକକୁ କଲେଜରେ ଅନୁମତି ଦିଆଯିବ ନାହିଁ । କର୍ଣ୍ଣାଟକ ସରକାରଙ୍କ ବିରୋଧରେ କିଛି ଝିଅ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ହାଇକୋର୍ଟରେ ଅନୁମତି ମାଗିଥିଲେ।

Related posts

ବୀରଭୂମ ହିଂସା ଘଟଣା: ୮ ଜଣ ଜୀଅନ୍ତା ଜଳିଯିବା ପରେ ଭୟରେ ଘର ଛାଡୁଛନ୍ତି ଲୋକେ

Odisha Halchal

ଜିତିଲା ଭାରତୀୟ ମହିଳା ଟିଟି ଟିମ, ସୁଇମିଂରେ ନିରାଶ କଲେ ରାୱତ

Odisha Halchal

ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ

Odisha Halchal

Leave a Comment