ଅପରାଧଓଡ଼ିଶା ଖବରନ୍ୟୁଜ୍

ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

ନୂଆପଡ଼ା ସହରରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଇନ୍ଦିରା କଲୋନୀର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ମୁଖା ପିନ୍ଧି ଆସି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଯୁବତୀଙ୍କ ବାମ ଗାଲରେ ଗଭୀର ଆଘାତ ଲାଗିଛି। ତାଙ୍କ ଗାଲରେ ୧୪ଟି ଷ୍ଟିଚ୍‌ ପଡ଼ିଛି।

ସୂଚନାଅନୁସାରେ, ଗତକାଲି ରାତି ୯ଟା ସମୟରେ ଯୁବତୀଜଣଙ୍କ ତାରିଣୀ ମନ୍ଦିର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଆସି ଛୁରିରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯୁବତୀ ଜଣକ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସଦର ପୁଲିସର ଏକ ଟିମ୍‌ ହସ୍ପିଟାଲରେ ପହଞ୍ଚି ଗୁରୁତର ଯୁବତୀଙ୍କୁ ପଚରାଉଚରା କରିଛି। ଏହାସହ ଇନ୍ଦିରା କଲୋନୀରେ ପହଞ୍ଚି ଛାନଭିନ ଚଳାଇଛି । ଏଯାଏ ଛୁରା ମାଡ଼ର କାରଣ ଜଣାପଡ଼ି ନାହିଁ ।

Related posts

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

Odisha Halchal

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

ମାଛ ଜଳରେ ମହାଦେବ

Odisha Halchal

Leave a Comment