ଓଡ଼ିଶା ଖବରନ୍ୟୁଜ୍

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଡେରାବିଶ:-ଗୁରୁ ଶିଷ୍ୟ ଙ୍କ ସୁ ସମ୍ପର୍କ କୁ ବଜାୟ ରଖିବା ପାଇଁ ଡେରାବିଶ ବ୍ଲକ ଚାଟରାଚକଡା ପଞ୍ଚାୟତ ଅନ୍ତର୍ଗତ ଫକୀ୍ରାବାଦ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର 1987 ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦେବକୀନନ୍ଦ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷକ ରାଜକିଶୋର ମିଶ୍ର, ବିଷ୍ଣୁ ଚରଣ ମିଶ୍ର, ନିରଞ୍ଜନ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ସିଂ, ପଞ୍ଚାନନ ବିଶ୍ୱାଳ, ହିମାଂଶୁ ଶେଖର ଦାସ, ନୃସିଂହ ଚରଣ ତ୍ରିପାଠୀ, ନନ୍ଦ କିଶୋର ଭୂଇଁଆ, ଅବଦୁଲ ଫରିଜ ଓ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମିଶ୍ର ଙ୍କୁ ସମ୍ଭାର୍ଦ୍ଧିତ କରାଯାଇଥିଲା l ଜୟନ୍ତ କୁମାର ଦାସ ଅଶୋକ କୁମାର ପାଣ୍ଡିତ୍ର ମଞ୍ଚ ପରିଚାଳନା କରିଥିଲେ l

ପ୍ରାକ୍ତନ ଛାତ୍ର ଅମର କୁମାର ବେହେରା, କାର୍ତିକ ଚନ୍ଦ୍ର ବେହେରା, ରତ୍ନାକର ସ୍ୱାଇଁ ଓ ପର୍ଶୁରାମ ଷଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l 1987 ବ୍ୟାଚ ର ଶିକ୍ଷକ ସମ୍ଭର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଗାମୀ ଯୁବପିଢ଼ି ଙ୍କ ମନରେ ଗୁରୁ ଭକ୍ତି ଜାଗ୍ରତ କରିବା ସହ ସମାଜରେ ଗୁରୁ ଓ ଶିଷ୍ୟ ଙ୍କ ମଧ୍ୟ୍ୟରେ ସୁସମ୍ପର୍କ ବଜାୟ ରଖିବ ବୋଲି କହିଛନ୍ତି ଛାତ୍ରମାନେ l

Related posts

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

Odisha Halchal

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

Odisha Halchal

ସେଲଫି ନେଵା ହେଲା ପିଲାଙ୍କ କାଳ

Odisha Halchal

Leave a Comment