ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ଆଠ ଦଫା ଦାବି ପତ୍ର ପ୍ରଦାନ

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ଆଠ ଦଫା ଦାବି ପତ୍ର ପ୍ରଦାନ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ)ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷାମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ,ଅର୍ଥ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ବିଭାଗୀୟ ସଚିବ ଙ୍କୁ ଆଠ ଦଫା ସମ୍ବଳିତ ଦାଵୀପତ୍ର ମାନନୀୟ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

ଦାବୀ ଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ମହାବିଦ୍ୟାଳୟକୁ ଅନୁଦାନ, ଅବିକଳ ସପ୍ତମ ବେତନ କମିଶନ ଆଧାରରେ ଦରମା, ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଠିକା କର୍ଯ୍ୟକାଳକୁ ମୂଳ ଚାକିରି ଗଣନା,ହିନ୍ଦୀ,ସଂସ୍କୃତ ଓ ଖେଳ ଶିକ୍ଷକ ସମସ୍ୟା ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ଥିଲା।

ଏହାକୁ ଜିଲ୍ଲା ସୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ଵୟ କମିଟିର ଆବାହକ ସନ୍ତୋଷ କୁମାର ସାହୁ,ରାଜ୍ୟ ଉପସଭାପତି ବଂଶୀଧର ଭୂୟାଁ, ସଭାପତି ଦୁଲାଲ୍ ବାରୋଇ,ଅଧ୍ୟାପକ ଦିଲୀପ କୁମାର ରଥ,ଜିତେନ୍ଦ୍ର କୁମାର ରଥ ,ବ୍ରଜକିଶୋର ରଥ, ମିହିର ଢ଼ାଲି ,ଅରୁଣ କୁମାର ବଳ ,ରଞ୍ଜନ କୁମାର ଦାସ,ସୁବ୍ରତ କୁମାର ତ୍ରିପାଠୀ, ଅକ୍ଷୟ କୁମାର ଜେନା,ଦୀପକ କୁମାର ପ୍ରଧାନ ଜିଲ୍ଲା କମିଟି ସଦସ୍ୟ,ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ।

Related posts

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

Odisha Halchal

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା

Odisha Halchal

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Odisha Halchal

Leave a Comment