ଓଡ଼ିଶା ଖବରନ୍ୟୁଜ୍

ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର,କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ

ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର,କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ସିନାପାଲି ଥାନା ଅନ୍ତର୍ଗତ ଯୁଗେନପଦର ଫୋରୱେ ଛକ ନିକଟରେ ଏକ ଡ଼ମ୍ପର ଧକ୍କାରେ ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି। ମୃତ ବ୍ୟକ୍ତି ନୀଳଜୀ ନିବାସୀ ସୁଶାନ୍ତ ସା ବୟସ(୩୬) ହୋଇଥିବା ବେଳେ ସ୍ତ୍ରୀ ବାସନ୍ତୀ ସା ବୟସ(୩୪) ବୋଲି ସୂଚନା ମିଳିଛି। ପ୍ରାପ୍ତ ଖବର ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଲଷ୍ମୀ ପୂଜା ପ୍ରସ୍ତୁତି ପାଇଁ ସ୍ୱାମୀସ୍ତ୍ରୀ ପୂଜା ସାମଗ୍ରୀ କିଣିବା ପାଇଁ ଏକ ବାଇକ ଓଡ଼ି ୨୬ ଇ ୬୯୮୮ରେ ଯୁଗେନପଦର ଛକ ଦେଇ ଫୋରୱେ ବିଜୁ ଏକ୍ସପ୍ରେସ ରାସ୍ତାରେ ସିନାପାଲି ସହର କୁ ଯାଉଥିଲେ। ହେଲେ ବିପରୀତ ପଟୁ ଆସୁଥିବା ଏକ ଡ଼ମ୍ପର ଗାଡି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଡ଼ମ୍ପର ଗାଡି ଧକ୍କାରେ ସ୍ୱାମୀ ସୁଶାନ୍ତ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ବାସନ୍ତୀ ଡ଼ମ୍ପର ଗାଡି ଧକ୍କାରେ ଛିଟିକି ପଡି ଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିବ ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ସ୍ତ୍ରୀ ବାସନ୍ତୀ ଙ୍କ ଅବସ୍ଥା ଗୁରୁତର ଭାବେ ସଙ୍କଟାପନ୍ନ ଥିବା ଜଣାପଡିଛି। ହେଲେ ଦୁର୍ଘଟଣା ଘଟାଇଥିବା ଡ଼ମ୍ପର ଗାଡି ଟି ଫୋରୱେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଗାଡି ବୋଲି ମୃତଙ୍କ ପତ୍ନୀ ବାସନ୍ତୀ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟାଇ ଡ଼ମ୍ପର ଗାଡି ଟି ଛୁ ମାରିଥିବା ଜଣାପଡିଛି।

ଏନେଇ ଯୁଗେନପଦର ଛକରେ ମୃତ ଶରୀର କୁ ରଖି ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ପରିବାର ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି ରେ ଦୀର୍ଘ ସମୟ ଧରି ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସିନାପାଲି ତହସିଲଦାର ଉପାଞ୍ଜଳୀ ମାଝୀ ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ପହଞ୍ଚି ସମାଧାନ କରିଥିଲେ। ସିନାପାଲି ପ୍ରଶାସନ ଓ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କମ୍ପାନୀ ଆର୍କେଡି ପକ୍ଷରୁ ୨ ଲକ୍ଷ ୨୦ ହଜାର ଓ ରେଡ କ୍ରସ ପାଣ୍ଠି ରୁ ୧୦ ହଜାର କ୍ଷତିପୂରଣ ରାଶି ପ୍ରଦାନ ପରେ ଲୋକେ ରାସ୍ତା ଅବରୋଧ ରୁ ଓହରିଥିଲେ । ଅନ୍ୟ ପକ୍ଷରେ ମୃତକ ଙ୍କ ତିନି ନାବାଳକ ଶିଶୁପୁତ୍ର ବାପାଙ୍କ ଅକାଳ ବିୟୋଗ ରେ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି। ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ସହ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଦାବି ହେଉଛି ।

Related posts

ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’

Odisha Halchal

ବର୍ଜ୍ୟ ବସ୍ତୁରୁ ନିଜ ହାତର ଯାଦୁଗରୀରେ ଆଖି ଝଲସିଲା ଭଳି ଜିନିଷ

Odisha Halchal

ନଜରରେ ରାଫେଲ, ପାକ୍‌ ଆଣିଲା ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନ

Odisha Halchal

Leave a Comment