ଗମ୍ଭୀର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି । ଆଜି ଋଷ ପକ୍ଷରୁ ମିଲିଟାରି ଆକ୍ସନ ଘୋଷଣା କରାଯିବା ପରେ ଚିନ୍ତାରେ ସବୁ ଦେଶ । ଦୁଇ ଦେଶ ମଧ୍ୟରେ ଏଭଳି ସଙ୍କଟମୟ ସ୍ଥିତିରେ ଭାରତ ମଧ୍ୟ ଚିନ୍ତା ପ୍ରକଟ କରିଛି ।
ଯୁଦ୍ଧ ହେଲେ ଏହାର ପ୍ରଭାବ ପୁରା ବିଶ୍ୱ ଉପରେ ପଡିବ ଯାହାକୁ ନେଇ ଏହି ସମସ୍ୟାର ସମାଧାନ ନିହାତି ହେବା ଆବଶ୍ୟକ ବୋଲି ଭାରତ କହିଛି । ଏହି ପ୍ରସଙ୍ଗରେ ଆଜି ଭାରତୀୟ ପ୍ରତିନିଧି ଟି.ଏସ୍ ତରୁମୂର୍ତ୍ତି ୟୁଏନ୍ଏସିରେ ପ୍ରସଙ୍ଗ ଉଠାଇଛନ୍ତି ।
ଭାରତର ମତ ଅନୂଯାଇ ଏବେ ସ୍ଥିତି ଗମ୍ଭୀର ରହିଛି । ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତିର ତୁରନ୍ତ ସମାଧାନ ହେବା ଆବଶ୍ୟକ ନହେଲେ ସୁରକ୍ଷା ସଙ୍କଟାପନ୍ନ ହେବ । ଏବଂ ଦୁଇ ଦେଶ କୂଟନୈତିକ ସ୍ତରରେ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି ଭାରତୀୟ ପ୍ରତିନିଧି ୟୁଏନଏସିରେ କହିଛନ୍ତି ।