ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ ଉପରେ ଆକ୍ରମଣ କରିବେ ୩୦ ନାଟୋ ଦେଶ

ଋଷ ଉପରେ ଆକ୍ରମଣ କରିବେ ୩୦ ନାଟୋ ଦେଶ

ପାଲଟା ଜବାବ ଦେବା ଆରମ୍ଭ କରିଛି ୟୁକ୍ରେନ୍ । ଋଷର ପାଞ୍ଚୋଟି ଫାଇଟର୍ ବିମାନକୁ ୟୁକ୍ରେନ ଧ୍ୱଂସ କରିଥିବା ସୂଚନା ମିଳିଛି । ସେହିପରି ନାଟୋ ମଧ୍ୟ ଋଷ ଉପରେ ଆକ୍ରମଣ କରିବା ନେଇ ଘୋଷଣା କରିଛି ।

ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲେ । ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି। କିଭ୍ ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି ।

ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି।

Related posts

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

Odisha Halchal

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

Odisha Halchal

ଅଳ୍ପକେ ବର୍ତିଲେ ମନ୍ତ୍ରୀ – ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

Leave a Comment