ଅପରାଧଓଡ଼ିଶା ଖବରନ୍ୟୁଜ୍

ଅର୍ଚ୍ଚନାଙ୍କ ବୟାନ ପରେ ସୃଷ୍ଟି ହେଲା କମ୍ପନ, ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

ଅର୍ଚ୍ଚନାଙ୍କ ବୟାନ ପରେ ସୃଷ୍ଟି ହେଲା କମ୍ପନ, ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ମାତ୍ର ୩୦ ମିନିଟରେ ସବୁ ତଥ୍ୟ ପ୍ରମାଣ ଦେବି। ମୁଁ କେବେବି ଛାଡିବିନି, ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ପରିବତ୍ତର୍ନ ହୋଇଯିବ। ଅର୍ଚ୍ଚନାଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି। ଅର୍ଚ୍ଚନାଙ୍କ ନାଗ ଫାସରେ ଫସିଥିବା ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ ହେବା ସହ ମନରେ ଛନକା ପଶି ଯାଇଛି। ଅର୍ଚ୍ଚନା ନାଗକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେଇଛି। ସେ ମେଡିକାଲ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଥିଲେ।

ସେ କହିଥିଲେ, ମୁଁ କ’ଣ ଆତଙ୍କବାଦୀ, କ’ଣ ପାଇଁ ମୋ ମୁହଁ, ଆଖି ବାନ୍ଧି ପୋଲିସ ଗିରଫ କଲା। ମୋତେ ଯଦି ଗିରଫ କଲେ ୨୪ ଘଣ୍ଟାରେ କୋର୍ଟ ଫରୱାର୍ଡ ନ କରି କାହିଁକି ବାଲିଅନ୍ତା ଥାନାରେ ନଜରବନ୍ଦୀ କରି ରଖାଗଲା ବୋଲି ଅର୍ଚ୍ଚନା କହିଛନ୍ତି। ସେ କହିଛନ୍ତି, ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କ’ଣ ଆତଙ୍କବାଦୀ। ମୋ’ ଉପରେ ପ୍ରବଳ ଚାପ ପକାଯାଉଛି। କିଛି ନ ଜାଣି ମୋତେ ବଦନାମ କଲେ, ମୋ ୫ ବର୍ଷର ଛୁଆକୁ ମୋଠୁ ଦୂରେଇ ଦେଲେ। ତାର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ହେଲେ କାହାକୁ ଛାଡିବିନି। କିଛି ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ। ବିନା ତଥ୍ୟ, ପ୍ରମାଣରେ ମୋତେ କଳଙ୍କିତ କରାଯାଉଛି। ପ୍ରଶାସନର ଏ କି ବ୍ୟବସ୍ଥା ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ, ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ।

ମୋତେ କେବଳ ୩୦ ମିନିଟ୍ ସମୟ ଦରକାର। ମୋତେ ଫସାଇ ଦିଆଯାଇଛି, ତଥ୍ୟ ପ୍ରମାଣ ସହ ସବୁ ଦେବି। ମୁଁ କାହାକୁ ଛାଡିବିନି। ସବୁ ଗୁମର ଖୋଲିବି। ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ଯାଞ୍ଚ କରାଯାଉ। ସତସାହାସ ଥିଲେ ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ। ଅର୍ଚ୍ଚନା ପୁଣି କହିଛନ୍ତି ଯେ, ମୁଁ ସମ୍ମାନର ସହ ଇଡିକୁ ଅପେକ୍ଷା କରିଥିଲି। ଇଡି ତଦନ୍ତ କରୁ। ତଦନ୍ତକାରୀ ସଂସ୍ଥା ଉପରେ ମୋର ଯଥେଷ୍ଟ ବିଶ୍ୱାସ ରହିଛି। ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସୁ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। ମୋ ପାଖରେ ଏକ୍ସକ୍ଲ୍ୟୁସିଭ୍ ପ୍ରମାଣ ଅଛି ବୋଲି ସେ କହିଥିଲେ।ଅର୍ଚ୍ଚନାଙ୍କ ବୟାନ ପରେ ରାଜ୍ୟରେ କମ୍ପନ ସୃଷ୍ଟି କରିଛି।

ନେତା-ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି। ନାଗ ଫାସରେ ଫସିଥିବା ବ୍ୟକ୍ତିମାନଙ୍କ ମନରେ ଛନକା ପଶିଯାଇଛି। ଅର୍ଚ୍ଚନାଙ୍କ ପାଖରେ କି ତଥ୍ୟ-ପ୍ରମାଣ ଅଛି। କେଉଁମାନେ ପଣସ ଖାଇ ଅର୍ଚ୍ଚନାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି। ଅର୍ଚ୍ଚନା ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେବ କେମିତି। ଏଥିରେ କ’ଣ ସରକାରୀ ଦଳର ନେତା-ମନ୍ତ୍ରୀଙ୍କ ସଂପୃକ୍ତି ଅଛି କି। କ’ଣ ଜଣକୁ ବଞ୍ଚାଇବାକୁ ଯାଇ ପୋଲିସ ଅର୍ଚ୍ଚନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କି। ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି। ତେବେ ଅର୍ଚ୍ଚନା କେବେ ମୁହଁ ଖୋଲୁଛନ୍ତି ଓ ରାଜ୍ୟରେ କି ପରିବର୍ତ୍ତନ ହେଉଛି, ତାହା ଦେଖିବାକୁ ବାକି ରହିଲା।

Related posts

ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ବିଶାଳ ମଟର ସାଇକେଲ ସଭାଯାତ୍ରା

Odisha Halchal

ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ

Odisha Halchal

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Odisha Halchal

Leave a Comment