ଓଡ଼ିଶା ଖବରନ୍ୟୁଜ୍

ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ବିଶାଳ ମଟର ସାଇକେଲ ସଭାଯାତ୍ରା

ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ବିଶାଳ ମଟର ସାଇକେଲ ସଭାଯାତ୍ରା

ନବରଙ୍ଗପୁର ରେ ପବିତ୍ର ବିଷୁବ ସଙ୍କ୍ରାନ୍ତି , ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ଅବସରରେ ନବରଙ୍ଗପୁର ସଦର ମହକୁମା ଠାରେ ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ଏକ ବିଶାଳ ମଟର ସାଇକେଲ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁରର ଚାମୁରିଆଗୁଡ ଠାରୁ ନବରଙ୍ଗପୁର ମାଝିଗୁଡା ସର୍କିଟ ହାଉସ ଛକ ପର୍ଯ୍ୟନ୍ତ ଏହି ଶଭାଯାତ୍ରା ସହର ମଧ୍ୟରେ 4 କି ମି ପରିକ୍ରମା କରିଥିଲା ।

ଏଥିରେ ଦଳ ମତ ନିର୍ବେଶେଷରେ ସହରର ବହୁ ସଂଖ୍ୟକ ମହିଳା ଓ ପୁରୁଷଙ୍କ ସମେତ ଶିଶୁ ବୃଦ୍ଧ ବୃଦ୍ଧା ମାନେ ପାରମ୍ପରିକ ବେଶ ବୁଷା ଓ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ସାମିଲ ହୋଇଥିଲେ । ଏଭଳି ସଭାଯାତ୍ରା ନବରଙ୍ଗପୁର ସହରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ।

ସହରର ୪୭ଟି ଛକରେ ବିଭିନ୍ନ ସଂଗଠନ ପକ୍ଷରୁ ସଭାଯାତ୍ରାକୁ ସ୍ଵାଗତ କରିବା ସହ ପାନୀୟ ଜଳ ଓ ପଣାର ବ୍ୟବସ୍ଥା କରି ଆପ୍ୟାୟତ କରିଥିଲେ । ବିଭିନ୍ନ କ୍ଲବ ପକ୍ଷରୁ ପାରମ୍ପରିକ ଆଖଡା ସଭାଯାତ୍ରାରେ ପ୍ରଦର୍ଶିତ ହୋଇଥିଲା । ଏହି ସଭାଯାତ୍ରା ରେ ୫୦୦୦ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ ।

Related posts

ସାମାନ୍ୟ ଯୁକ୍ତିତର୍କରୁ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ୨ ଯୁବକ ମୃତ

Odisha Halchal

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal

ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ପାଳିତ

Odisha Halchal

Leave a Comment