ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

କେନ୍ଦ୍ରାପଡା :-(ରିପୋର୍ଟ :-ଜନ୍ମୟେଜୟ ବିଶ୍ୱାଳ )ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର। ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଜଣେ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଲୁଣାଘେରି ଗ୍ରାମରେ। ଟିକେ ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓ କୁ।

ଦେଖିଲେ ତ ଆଜ୍ଞା ଏ ବାବୁ ହେଉଛନ୍ତି ଲୁଣାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଗୌରାଙ୍ଗ ବୈଦ୍। ସରକାରୀ ଶିକ୍ଷକ ହୋଇ ମଧ୍ୟ ସରକାରୀ ନିୟମ କୁ ଉଲଂଘନ କରି ବାବୁ ଚଲାଇଛନ୍ତି ବିନା ଲାଇସେନ୍ସରେ ଔଷଧ ଦୋକାନ ଆଉ ନିଜ ଦୋକାନ ରେ ନିଜେ ସାଜିଛନ୍ତି ନକଲି ଡାକ୍ତର। ତେବେ ଏ ଘଟଣା ବିଷୟରେ ଆମେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲଷ୍ମୀ ନାୟକଙ୍କୁ ପଚାରିବାରୁ ସେ କହିଲେ BEO ଙ୍କ ଦ୍ୱାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏଭଳି ନକଲି ଡାକ୍ତରଖାନା ଗଢି ଉଠୁଥିବା ବେଳେ ଦିନକୁ ଦିନ ମଧ୍ୟ ନକଲି ଡାକ୍ତର ଙ୍କ ପାଦୃଭାବ ବଢ଼ିବାରେ ଲାଗିଛି। କିନ୍ତୁ ସବୁ ଜାଣି ବି ଚୁପ ବସୁଛି ଜିଲ୍ଲା ପ୍ରଶାସନ। ତେବେ ଏଠି ପ୍ରଶ୍ନ ଉଠୁଛି ଏମାନଙ୍କ ପ୍ରତି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ। ଏମାନଙ୍କ ଉପରେ କେମିତି ନଜର ପଡୁନି DRUGS INSPECTOR ଙ୍କର ନାଁ ଜାଣିଶୁଣି ଏମାନଙ୍କ ଭିତରେ ଚାଲିଛି କି ଭିତିରି ବୁଝାବୁଣା। ତେବେ ଖବର ପ୍ରସାରଣ ପରେ ଏଭଳି ନକଲି ଡାକ୍ତର ପ୍ରତି କେବେ ହେଉଛି କାର୍ଯ୍ୟାନୁଷ୍ଠାନ ତାହାଦେଖିବାର ବାକି

Related posts

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌!

Odisha Halchal

କେବେ ମିଳିବ ଗରିବଙ୍କୁ ନିଜର ହକ

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

Leave a Comment