ଓଡ଼ିଶା ଖବରନ୍ୟୁଜ୍

ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ

ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁମନ୍ତ୍ରା )ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ର କୋଟସମଲାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନସୁରକ୍ଷା ସମିତି କୁ ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ l ଗସ୍ତ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଡିଏଫଓ ନୀତିଶ କୁମାର ଉପସ୍ଥିତ ରହି ବନସୁରକ୍ଷା ସମିତି ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ର ଆଲୋଚନା କରିଥିଲେ ସମିତି ର ବିଭିନ୍ନ ବର୍ଗ ର ଅଧିବାସୀ ଙ୍କୁ ନେଇ ଜୀବନଜୀବିକା, ସ୍ୱୟଂସହାୟକଗୋଷ୍ଠୀ ମାନଙ୍କ କାର୍ଯ୍ୟ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l

ଗ୍ରାମରେ ଥିବା ଦୁଇ ଗୋଟି ସ୍ୱୟଂ ସହାୟକ ଦଳ ର ଉନ୍ନତି ମୂଳକ କାର୍ଯ୍ୟ ତଥା ପ୍ରଗତି ଏସଏଚ ଜି ର ଆରିସା ପିଠା ପେପର ଠୁଙ୍କା ଓ କନ୍ଧେନ ବୁଢ଼ୀ ଏସଏଚ୍ ଜି ଶାଳ ପତ୍ର ପ୍ରେସ ଖଳି ଦନା କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ l କ୍ଷୁଦ୍ର ବ୍ୟବସାୟ ନିମନ୍ତେ ଆବର୍ତ୍ତନ ପାଣ୍ଠି ଜରିଆରେ ଋଣ ମାଧ୍ୟମରେ ପ୍ରଦାନ କରାଯାଇଥିବା ସିଲେଇ ମେସିନ, କିରାନା ଦୁକାନ, କୁକୁଡ଼ା ପାଳନ ବୁଲି ଦେଖି ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ, ଓଏଫସଡିପି ଏସଏମଏସ ପ୍ରକାଶ ସାହୁ, ବନପାଳ ଜଗବନ୍ଧୁ ବାରିକ, ଦିଲ୍ଲୀପ ସାହୁ ପ୍ରମୁଖ ଯୋଗଦେଇ ଥିଲେ l

ଟିମଲିଡର ପଦ୍ମଲୋଚନ ଯୋଶୀ ସଭା ପରିଚାଳନା କରିଥିବା ବେଳେ ପରିବେଶପ୍ରେମୀ ସତ୍ୟଜିତ ଗଡୁଆ ଧନ୍ୟବାଦ ଜ୍ଞାପନ କରିଥିଲେ l ଉପସ୍ଥିତ ବୈଠକ ରେ ସଭାପତି କିଶୋର ଗଡୁଆ, ବନରକ୍ଷୀ ରଘୁମଣୀ ଭୋଇ, ଗୁପ୍ତେଶ୍ୱର ଦେହେରୀ, ସୁବାସିନୀ ମାଝୀ,ଦମୟନ୍ତୀ ଦେହେରୀ, ଗଜେନ୍ଦ୍ର ମାଝୀ, ବେଦମତି ଗଡୁଆ, କଳ୍ପନା ଦେହେରୀ ପ୍ରମୁଖ ସହଯୋଗ କରିଥିଲେ l

Related posts

ବାଲ୍ୟ ବିବାହ ନିରାକରଣ ସଚେତନତା ରାଲି

Odisha Halchal

ପୁତିନ୍ ଓ ଜେଲେନ୍‌ସ୍କି ମଧ୍ୟରେ ହେଲା ବୁଝାମଣା ରୁଷିଆର କଏଦୀଙ୍କୁ ଛାଡ଼ିଦେବ ୟୁକ୍ରେନ୍‌

Odisha Halchal

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

Odisha Halchal

Leave a Comment