ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ମନୋରଞ୍ଜନ

ଅନୁଭବ ସେୟାର କଲେ ଅକୁହା କଥା ପାର୍ଟ-୩

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ଆଉ ଏକ ଭିଡିଓ ଜାରି କରିଛନ୍ତି ସାଂସଦ ଅନୁଭବ । ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ ।

ସ୍ୱାମୀ-ସ୍ତ୍ରୀ ବିବାଦ ସେ ନୁହଁନ୍ତି ବର୍ଷା ପଦାକୁ ଆଣିଛନ୍ତି ବୋଲି କହିଛନ୍ତି । ମର୍ଯ୍ୟାଦାହାନୀ ନହେବା ପାଇଁ ଅନୁଭବ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ । ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ । ସେ ଜଣେ ରାଜନୈତିକ ବ୍ୟକ୍ତି ।

ନିଜ ଭିଡିଓରେ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରି ତାଙ୍କୁ ଅଲଗା ହୋଇଯିବାକୁ ଖୁଲମଖୁଲା କହିଛନ୍ତି ଅନୁଭବ । ସେ କହିଛନ୍ତି ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଆମ ଉଭୟଙ୍କ ପାଇଁ ଭଲ ବୋଲି କହିଛନ୍ତି । କେସ୍ ଲଢ଼ିଲେ କାହାକୁ କିଛି ମିଳିବିନି ।

କେସରେ ଜଣେ ଜିତିବ, ଜଣେ ହାରିବ । ହେଲେ ଜୀବନରେ କେହି ଜିତିପାରିବାନି ବୋଲି କହିଛନ୍ତି ଅନୁଭବ । ଏଥିସହ ଜୀବନସାଥୀ ବାଛିବାରେ ମୁଁ କିପରି ଏପରି ଭୁଲ୍ ନିଷ୍ପତ୍ତି ନେଇପାରିଲି ଭାବିକି ଲଜ୍ଜା ଲାଗୁଛି ବୋଲି କହିଛନ୍ତି ।

Related posts

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

Odisha Halchal

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

Odisha Halchal

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

Leave a Comment