ଓଡ଼ିଶା ଖବରନ୍ୟୁଜ୍

ଦୁଇ ଭିନ୍ନକ୍ଷମ ଝିଅ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦୁଇ ଭିନ୍ନକ୍ଷମ ଝିଅ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନବରଙ୍ଗପୁର:-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)କଥାରେ ଅଛି ଦୁଃଖ ଯେତେବେଳେ ଆସେ ବନ୍ଧୁ ପରିଜନ ଙ୍କୁ ସାଥିରେ ନେଇକି ଆସେ l ଝିଅ ଜନ୍ମ ପରେ ପରିବାର ରେ ହସଖୁସି ରେ ଫାଟି ପଡୁଥିଲା ହେଲେ ସେଇ ଖୁସି ଟିକକ ବେଶୀ ସମୟ ତିଷ୍ଠି ନ ପାରି ପରିବାର ମୁଣ୍ଡ ଉପରେ ଲଦି ହୋଇ ଯାଇଛି ଦୁଃଖ ର ପାହାଡ଼ l ଜନ୍ମ ର କିଛି ବର୍ଷ ପରେ ଜଣେ ନୁହେଁ ଘର ର ଦୁଇ ଦୁଇ ଜଣ ଝିଅ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ହୋଇ ଯାଇଛନ୍ତି l ଆସନ୍ତୁ ଦେଖିବା ଏହି ସ୍ପେଶିଆଲ ରିପୋର୍ଟ ।

ମୁଲିଆ ପରିବାର ରେ ଓଳିଏ ଖାଇଲେ ଆର ଓଳି କୁ ଖାଦ୍ୟ ଭାଗ୍ୟ ରେ ଅଛି ନା ନାହିଁ ତାହା ଭାବିବା ବଡ଼ ମୁସ୍କିଲ କାରଣ ପର ଘରେ ମୁଲ ଲାଗିଲେ ପେଟ ପାଇଁ ଦାନା ଯୋଗାଡ଼ ହେବ କିନ୍ତୁ ଦୁଇ ଝିଅ ଙ୍କ ସେବାରେ ଦିନରାତି ବିତାଉଥିବା ଏହି ଦମ୍ପତି ମୁଲ ମଜୁରୀ ଲାଗିବା ଛାଡି ଦେଇଥିବା ବେଳେ ଚିକିତ୍ସା ଚିନ୍ତା ଠାରୁ ବଳି ଯାଇଛି ପେଟ ଚିନ୍ତା l ଏମିତି ଏକ ଅସହାୟ ପରିବାର ର ଦାରୁଣ ଦୁଃଖ ର କରୁଣ କାହାଣୀ ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ପଞ୍ଚାୟତ ଚିଲିଗୁଡା ଠାରେ l କେଶବ ମାଝୀ ଓ ସାହେବାଣି ମାଝୀ ଙ୍କ 3 ଝିଅ, ସେଥି ମଧ୍ୟରୁ ବଡ଼ ଝିଅ ମଞ୍ଜୁଳା 17 ବର୍ଷ ର ହୋଇଥିବା ବେଳେ ମାନସିକ ଭିନ୍ନକ୍ଷମ ତତସହିତ ହାତ ଗୋଡ଼ ଠିକ ରେ କାମ କରୁନାହିଁ, ମଞ୍ଜୁଳା କୁ 5 ବର୍ଷ ହୋଇଥିବା ବେଳେ ସେ ତଳେ ପଡିଯିବା ଫଳରେ ଅଣ୍ଟା ଓ ଗୋଡ଼ ରେ ଆଘାତ ଲାଗିଥିଲା ଆଉ ସେବେ ଠାରୁ ମଞ୍ଜୁଳା ର ଏପରି ଅବସ୍ଥା ବୋଲି କହିଛନ୍ତି ବାପା କେଶବ l

ଝିଅ ର ଚିକିତ୍ସା ଚାଲୁଥିବା ଅବସ୍ଥା ରେ ମଝିଆ ଝିଅ ଉର୍ମିଳା ଯାହାର ବୟସ ବର୍ତମାନ 13 ବର୍ଷ ତାହାର ମୁଣ୍ଡ ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଲା ଏହା ସହିତ ଉର୍ମିଳା ର ମଧ୍ୟ ହାତ ଗୋଡ଼ ସମ୍ପୂର୍ଣ ଅଚଳ ହୋଇ ପାଲଟିଗଲା ମାନସିକ ଭିନ୍ନକ୍ଷମ l ଦୁଇ ଝିଅ ଙ୍କ ଚିକିତ୍ସା ଅଧାରେ ଅଟକିଥିବା ବେଳେ 18/12/2015 ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଛି ଭିନ୍ନକ୍ଷମ ପ୍ରମାଣପତ୍ର l ଭିନ୍ନକ୍ଷମ ଭତ୍ତା ବାବଦ କୁ 1400 ମିଳୁଥିବା ବେଳେ ଔଷଧ ପାଇଁ ମାସିକ ଖର୍ଚ୍ଚ ହେଉଛି ଦୁଇ ରୁ ତିନି ହଜାର ଟଙ୍କା l ତେବେ ଦୁଇ ଝିଅ ଙ୍କ ସେବା ରେ ସବୁବେଳେ ଦମ୍ପତି ନିୟଜିତ ଥିବା ଯୋଗୁଁ କୁଆଡେ କାମ ମଜୁରୀ ପାଇଁ ନଯିବା ଫଳରେ ଘର ଚଳିବା ମଧ୍ୟ କଷ୍ଟସାଧ୍ୟ ତେଣେ ଘର ଖଣ୍ଡିଏ ନଥିବା ଯୋଗୁଁ ଶ୍ୱଶୁର ଘରେ ମୁଣ୍ଡ ଗୁଞ୍ଜିଛନ୍ତି କେଶବ ଯେଉଁଠି ଦିନ ରେ ସୂର୍ଯ୍ୟ ରାତିରେ ତାରା ଦେଖା ଯାଉଛି ଏବଂ ଚାତକ ଭଳି ଚାହିଁ ରହିଛନ୍ତି ଆବାସ ଯୋଜନା ରେ ଘର ଖଣ୍ଡେ ପାଇବାକୁ l

ଉର୍ମିଳା ଆଉ ଭଲ ହୋଇପାରିବ ନାହିଁ ବୋଲି ବଡ଼ ମେଡିକାଲ ରେ ଡାକ୍ତର ଫେରାଇ ଦେଇଥିବା ବେଳେ ଉନ୍ନତ ଚିକିତ୍ସା ମିଳି ପାରିଲେ ବଡ଼ ଝିଅ ଭଲ ହୋଇ ପାରନ୍ତା ବୋଲି ଆଶା ବାନ୍ଧିଛନ୍ତି ପରିବାର ବର୍ଗ ହେଲେ ପାଖରେ ଅର୍ଥ ର ଅଭାବ ତେଣୁ ଅପେକ୍ଷା କରି ରହି ଯାଇଛନ୍ତି ସରକାରୀ ସହାୟତା କୁ l ଏହି ଗରିବ ଖଟିଖିଆ ପରିବାର ର ଦୁଃଖ କୁ ନେଇ ଆମେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିଥିଲୁ, ସରକାରୀ ସ୍ତର ରେ ଯାହା ସବୁ ଵିଧି ବ୍ୟବସ୍ଥା ଅଛି ସବୁ ସାହାଯ୍ୟ ଯୋଗାଇ ଦେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ କିଛି ଆର୍ଥିକ ସହାୟତା ଦେଇ ବଡ଼ ମେଡିକାଲ କୁ ପଠାଇବାର ବ୍ୟବସ୍ଥା କରାଯିବା ର ପ୍ରତିଶୃତି ଦେଇଛନ୍ତି। ପାଠପଢା ରୁ ମଧ୍ୟ ବଞ୍ଚିତ ଦୁଇ ଝିଅ ଙ୍କ ଭବିଷ୍ୟତ ଚିନ୍ତା ପରିବାର କୁ ଦୁଃଖ ଦେଇ ଚାଲିଛି l ତେଣୁ ପ୍ରଶାସନ ପକ୍ଷରୁ ଦୁଇ ଝିଅ ଙ୍କ ଚିକିତ୍ସା ସହାୟତା ସହ ସରକାରୀ ଯୋଜନା ରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ଗ୍ରାମବାସୀ ଓ ପରିବାର ବର୍ଗ

Related posts

ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ

Odisha Halchal

କଣ ପାଇଁ ହାରିଲା ଭାରତ ଶ୍ରୀଲଙ୍କା ଠାରୁ

Odisha Halchal

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal

Leave a Comment