ଅପରାଧଓଡ଼ିଶା ଖବରନ୍ୟୁଜ୍

ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ

ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ

ବ୍ରହ୍ମପୁରରେ ଅନଲାଇନ୍ ଆପ୍ ମାଧ୍ୟମରେ ଆଇପିଏଲ ବେଟିଂ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଏହି ଚଢାଉରେ ୪ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଛି । ଏହାସହିତ ୨୦୩ ଗ୍ରାମ୍ ସୁନା ଓ ୯ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି ।

ସୂଚନା ଅନୁସାରେ, ଏହି ବେଟିଂ ଅନଲାଇନ ଆପ ମାଧ୍ୟମରେ କୋଲକାତାରୁ ଅପଡେଟ ହେଉଥିଲା । ସେହିପରି ସୋମବାର ଧର୍ମଗଡ ପୋଲିସ ଜୁନାଗଡ ସହରରୁ ରାକେଶ ରଞ୍ଜନ ଚୌଧୁରୀ ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ଗିରଫ କରିଛି ।

ତା ଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର, ୮ଟି ଦାମୀ ମୋବାଇଲ, ୨ଟି ପାସବୁକ ଓ ବଟି ଏଟିଏମ ଜବତ କରିଛି । ଏହାସହିତ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଧର୍ମଗଡ ଡିସିବି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କର ମୋଟ ୧ କୋଟି ୪୫ ଲକ୍ଷ ଟଙ୍କାକୁ ଧର୍ମଗଡ ପୋଲିସ ଫ୍ରିଜ କରିଛି ।

Related posts

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

Odisha Halchal

ପତ୍ନୀ ଘରକୁ ଫେରିବାକୁ ମନା କରିବାରୁ ସ୍ୱାମୀ ଘଟାଇଲେ ଅଜବ କାଣ୍ଡ

Odisha Halchal

ଜଙ୍ଗଲ ରୁ ଗଛ କାଟି ଜମି କୁ ଅକ୍ତିଆର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି

Odisha Halchal

Leave a Comment