ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲ ରୁ ଗଛ କାଟି ଜମି କୁ ଅକ୍ତିଆର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି

ଜଙ୍ଗଲ ରୁ ଗଛ କାଟି ଜମି କୁ ଅକ୍ତିଆର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି

ବୌଦ୍ଧ :-(ରିପୋର୍ଟ – ଆଶିଷ ବିହାରୀ ଠାକୁର) ଗୋଛାପଡ଼ା ଗ୍ରାମ ପଞ୍ଚାୟତ ଲୁମୁରଜେନା ଜଙ୍ଗଲ ରେ କିଛି ଅସାଧୁ ବ୍ୟକ୍ତି ଗତ ଦୁଇ ତିନି ଦିନ ହେବ ଗାଁ ମୁଣ୍ଡରେ ଥିବା ଜଙ୍ଗଲ ରୁ ଗଛ କାଟି ଜମି କୁ ଅକ୍ତିଆର କରୁଛନ୍ତି । କେଉ ଆଧାର ରେ ଗଛ କାଟୁଛନ୍ତି,କାହିଁକି କାଟୁଛନ୍ତି ତ କାହା ପାଖରେ ସୂଚନା ନାହିଁ ।ଏହି କିଛି ଅସାଧୁ ବ୍ୟକ୍ତି ଙ୍କ ପାଇଁ କଣ ଏହି ଜଙ୍ଗଲ ଟି ନଷ୍ଟ ହୋଇଯିବ ।

ବେଶୀ ଲଜ୍ୟା ଜନକ କଥା ଏହି ଜଙ୍ଗଲ ମଧ୍ୟ ଦେଇ ବାଉଶୁଣି ରୁ ଗୁନ୍ଦୁଲିଆ କୁ ରାସ୍ତା ସଂଯୋଗ କରୁଛି ।ଯେହେତୁ ଗୁନ୍ଦୁଲିଆ ଗୋଟିଏ ସେକ୍ସନ ହୋଇଥିବାରୁ ବନ କର୍ମଚାରୀ ମାନେ ନିତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରିବା ସ୍ଵତ୍ତେ କେମିତି ନଜର ପଡୁନାହିଁ ।
ଯଦି ଜିଲ୍ଲା ଜଙ୍ଗଲ ବିଭାଗ ଏଥିପ୍ରତି ଧ୍ୟାନ ଦେଲେ ହୁଏତ ଏହି ଜଙ୍ଗଲ ଟି ବଞ୍ଚି ପାରନ୍ତା ।

ଏହି ଜଙ୍ଗଲ ପାଇଁ ସରକାର ପାନିଧର ରେ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ଗୁନ୍ଦୁଲିଆ ବନ ବିଭାଗ ର କର୍ମଚାରୀ ମାନଙ୍କ ଖାମ ଖିଆଲି ନୀତି ଯୋଗୁଁ ଏହି ବଢିଲା ଜଙ୍ଗଲ ଟି ନଷ୍ଟ ହେବାକୁ ଯାଉଛି । ଏବାବଦରେ ଜଙ୍ଗଲ ବିଭାଗ କୁ ଯୋଗାଯୋଗ କରିଲେ ମଧ୍ୟ ଯୋଗଗୋଗ ହୋଇପାରିନଥିଲା ।

Related posts

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

Odisha Halchal

ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha Halchal

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Odisha Halchal

Leave a Comment