ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅକାଳ ପିଣ୍ଟୁ ନନ୍ଦଙ୍କ ବିୟୋଗ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅକାଳ ପିଣ୍ଟୁ ନନ୍ଦଙ୍କ ବିୟୋଗ

ଭୁବନେଶ୍ୱର (ବ୍ୟୁରୋ ଓଡିଶା ହାଲଚାଲ):-ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗ ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ l

ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି।ପିଣ୍ଟୁ ନନ୍ଦଙ୍କର ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ନିକଟରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଶୋଦା ହସ୍ପିଟାଲ୍ ଡାକ୍ତରମାନେ ତାଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (କାଡେଭର) କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ପିଣ୍ଟୁ ନନ୍ଦଙ୍କୁ ଡୋନର ନମିଳିବାରୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଜଣେ ସଦସ୍ୟ ଲିଭର ଦାନ କରିବାର ଥିଲା। କିନ୍ତୁ ଠିକ ସମୟରେ ବ୍ଲଡ୍ ଗ୍ରୁପ୍ ଅସଙ୍ଗତି ଏବଂ ଅନ୍ୟାନ୍ୟ କାରଣରୁ ତାହା ସମ୍ଭବ ହୋଇପାରିନଥିଲା।

Related posts

ଅଫିସ୍ ରେ ଛୁଟି ନମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ ବାହିନୀ କର୍ମଚାରୀ

Odisha Halchal

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ଖପ୍ରାଖୋଲ ମହୋତ୍ସବ ଉଦଘାଟିତ୍

Odisha Halchal

Leave a Comment