ଓଡ଼ିଶା ଖବରନ୍ୟୁଜ୍

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା

ବଣାଇଁ(ଓଡିଶା ହାଲଚାଲ):-ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର।ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ଟିଙ୍କୋ ଘାଟିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ୪ଟା ସମୟରେ ଟେନସା ପଟୁ ଏକ ବାଇକ ଯୋଗେ ଦୁଇ ଜଣ ବସି ଲହୁଣିପଡ଼ା ଆଡକୁ ଆସୁଥିବା ବେଳେ ଟିକୋଂ ଘାଟି ରାସ୍ତା ବୁଲାଣିରେ ରା ବାଇକଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡିବା ଫଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ତେବେ ମୃତ୍ୟୁ ହୋଇଥିବା ଯୁବକର ନାଁ ସୁରୁ ନାଏକ ଘର କୋଇଡ଼ା ହୋଇଥିବା ବେଳେ ଆହାତ ବ୍ୟକ୍ତିଙ୍କ ନାଁ ମୋନଜ ନାଏକ ଘର ଟେନସା ବୋଲି ଜଣାପଡିଛି। ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି

Related posts

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

ଥମୁନି ଧଳାଜହର କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

Odisha Halchal

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

Odisha Halchal

Leave a Comment