ଓଡ଼ିଶା ଖବରନ୍ୟୁଜ୍

ଓଡିଶାରେ ଛୁଇଁଲା ମୌସମୀ ବର୍ଷା

ଓଡିଶାରେ ଛୁଇଁଲା ମୌସମୀ ବର୍ଷା

ଭୁବନେଶ୍ୱର(ବ୍ୟୁରୋ :ଓଡିଶା ହାଲଚାଲ):-ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଦକ୍ଷିଣ ଓଡିଶାର ନୂଆପଡା, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଆଦି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଅନେକ ସ୍ଥାନରେ ଆକାଶ ପ୍ରାୟ ମେଘୁଆ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।

ତେବେ ଜୁନ ୨୧ ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା ବଢିବ ଏବଂ ୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ବର୍ତ୍ତମାନ ସୁଦ୍ଧା ପୁରୀ ସହରରେ ଦକ୍ଷିଣ- ପଶ୍ଚିମ ଦିଗରୁ ପବନ ଘଣ୍ଟା ପ୍ରତି ୧୫ରୁ ୧୭ କିମି ବେଗ ସହ ତାପାମାତ୍ରା ୩୪ ଡିଗ୍ରୀ ଏବଂ ଆର୍ଦ୍ରତା ୭୨ ଡିଗ୍ରୀ ରେକର୍ଡ ହୋଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୩୩.୪ ଡିଗ୍ରୀ ଥିବାରୁ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଥିଲା ।

Related posts

ଡ୍ରାଇଭର ମହାସଂଘ ର ଚେତାବନୀ

Odisha Halchal

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନା

Odisha Halchal

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

Odisha Halchal

Leave a Comment