ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇ ଚାଲାଣର ନୂଆ ପଦ୍ଧତି

ଗଞ୍ଜେଇ ଚାଲାଣର ନୂଆ ପଦ୍ଧତି

ମାଲକାନଗିରି:- ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା, ପେଟ୍ରୋଲିଙ୍ଗ ସମୟରେ ୧ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଗଞ୍ଜେଇକୁ ଜବତ୍ କରିବା ରେ ସଫଳ ହୋଇଛନ୍ତି। ଆଜି ଭୋର୍ ସମୟରେ, ଅବକାରୀ ମୋବାଇଲ ଟିମ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ଏମଭି ୩୫ ନମ୍ବର ଗ୍ରାମ ନିକଟରେ ଗୋଟିଏ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ମୋବାଇଲ ଟିମ ପକ୍ଷରୁ ଅଟୋଟିକୁ ଅଟକାଇଥିଲେ। ଏବଂ ଅଟୋ ଭିତରେ ବିପୁଳ ପରିମାଣରେ। ଗଞ୍ଜେଇ ର‌ହିଥିଲା।

ଏକ ଅଭିନବ ଢ଼ଙ୍ଗରେ ଏହି ସମସ୍ତ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗକୁ ଚକ୍ମା ଦେବାପାଇଁ । ଚାଲାଣ କାରି ଅଟୋ ଭିତରେ ଏକ ସିଲିଂ ତିଆରି କରି ଏହି ଗଞ୍ଜେଇ ଗୁଡ଼ିକ ନେବାକୁ ଉଦ୍ୟମ କରିଥିଲେ । କିନ୍ତୁ ସବୁ ପଦ୍ଧତି ଅବକାରୀ ମୋବାଇଲ ଟିମ ଆଗକୁ ଫେଲ ମାରିଥିଲା। ଶେଷରେ ଅବକାରୀ ଟିମ୍ ହାତରେ ଅଭିଯୁକ୍ତ ଜଣଙ୍କ ଧରାପଡ଼ିଛନ୍ତି। ଏହି ଅଭିଯୁକ୍ତ ଜଣଙ୍କ ମାଥିଲି ଥାନା ଅନ୍ତର୍ଗତ ସିନ୍ଦାବେଡ଼ା ଗ୍ରାମର ସମ୍ପଦ ପ୍ରେମା ବୋଲି ଜଣାପଡିଛି।

ତେବେ ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୧୦ଲକ୍ଷ ଟଙ୍କା ର ଉର୍ଦ୍ଧ୍ବ ହେବ କୁହାଯାଉଥିବା ବେଳେ । ଏହି ଘଟଣାରେ ଗୋଟିଏ ଅଟୋ ଜବତ କରିବା ସହିତ ଆସାମି କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଅବକାରୀ ବିଭାଗ। ଏହି ଚୋଢ଼ାଉ ସମୟରେ ଏ.ଏସ.ଆଇ ଆଶିଷ କୁମାର ନାୟକ ସହିତ ଅକ୍ଷୟ ଜେନା, ଗେନୋରଞ୍ଜନ ସାହୁ, ପ୍ରଦିପ ଖରା, ପାଣ୍ଡବ ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଅବକାରୀ ଇନ୍ସପେକ୍ଟର ଉଦୟଲାଲ ନାୟକ ।

Related posts

ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

Odisha Halchal

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

ମହାକାଳପଡ଼ା ରେ ଠିକାଦାର ଜେଇ ସରକାର

Odisha Halchal

Leave a Comment