ଅପରାଧଓଡ଼ିଶା ଖବରନ୍ୟୁଜ୍

ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

କେନ୍ଦୁଝର:-ଓରାଳି ଗ୍ରାମରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବଦ ଜଣେ ଗିରଫ।କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅଞ୍ଚଳରେ ଧଳା ଜହର କାରବାର ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଅବକାରୀ ବିଭାଗର ଚେତା ପସିଛି । ଆଜି ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ କେନ୍ଦୁଝର ସୀମାନ୍ତ ଓରାଳି ଗ୍ରାମରେ ଚଢ଼ାଉ କରି ବ୍ରାଉନସୁଗାର ବିକିବାକୁ ଆସିଥିବା ଜଣେ ଯୁବକ ନିକଟରୁ ୫ଲକ୍ଷ ୪୦ହଜାର ଟଙ୍କାର ବ୍ରାଉନସୁଗାର ଜବଦ କରାଯିବା ସହିତ ତାକୁ ଗିରଫ କରିଛି ।

ସୁଚନାରୁ ଜଣାଯାଇଛି ଭଦ୍ରକରୁ ଆସି ଜଣେ ଯୁବକ ଓରାଳି ଅଞ୍ଚଳରେ ନିୟମିତ ଭାବେ ବ୍ରାଉନସ ସୁଗାର ବିକ୍ରୀ କରିଥାଏ । ଏ ଅଞ୍ଚଳର ଅନେକ ଯୁବକ ତା ନିକଟରୁ ଏହି ଧଳା ଜହରକୁ ନେଇ ଗ୍ରାମାଞ୍ଚଳରେ ବିକ୍ରୀ କରିଥାନ୍ତି । ଅବକରୀ କମିଶନଙ୍କ ନିର୍ଦ୍ଦେଶ ରେ ସମ୍ବଲପୁର ଅବକାରୀ ବିଭାଗର ଇଣ୍ଟେଲିଜେଣ୍ଟସ ବ୍ୟୁରୋର ଅଧିକାରୀ ଧନଞ୍ଜୟ ପାତ୍ର ଓ ତାଙ୍କ ଟିମ ଆଜି ସକାଳ ୬ଟା ସମୟରେ ହାଟଡିହି ଅବକାରୀ ଥାନା ସହଯୋଗରେ ଓରାଳି ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିବାସହ ଭଦ୍ରକ ଅପର୍ତ୍ତିବିନ୍ଧାର ରବିନ୍ଦ୍ର ବାରିକ ନାମକ ଜଣେ ଯୁବକକୁ କାବୁ କରିଥିଲେ ।

ତା ନିକଟରୁ ୫୪ଗ୍ରାମ ବ୍ରାଉନସୁଗାର ଜବଦ କରିବା ସହିତ ତାକୁ ଗିରଫ କରି ହାଟଡିହି ଅବକାରୀ ଥାନାକୁ ଆଣିବାପରେ ତାକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ଚଢ଼ାଉରେ ହାଟଡିହି ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସମେତ ସମ୍ବଲପୁର ସ ହାଟଡିହିର ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ମାତ୍ର ଏହି ଚଢ଼ାଉ ଏକପାଖିଆ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଚଢ଼ାଉ ସମୟରେ ଅଭିଯୁକ୍ତର ସହଯୋଗରେ ଏ ଅଞ୍ଚଳରେ ବ୍ରାଉନସୁଗାର କରାବାର କରୁଥିବା ଲୋକମାନଙ୍କୁ ଧରାଯାଇଥିଲେ ଆଗାମି ଦିନରେ ଏହି କାରବାର ଉପରେ ରୋକ ଲଗାଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

Related posts

ସୂର୍ଯ୍ୟୋପରାଗ ସମାପ୍ତ ହେବାର ତୁରନ୍ତ ପରେ ଏହି କାମ ନିଶ୍ଚୟ କରନ୍ତୁ

Odisha Halchal

ମଦର ଟେରେସା ସେବା ସଙ୍ଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Odisha Halchal

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

Odisha Halchal

Leave a Comment