ଅପରାଧଓଡ଼ିଶା ଖବରନ୍ୟୁଜ୍

ଶ୍ୱଶୁର ଘରେ ଜ୍ୱାଇଁ କୁ ହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁ କୁ ହତ୍ୟା

ବଲାଙ୍ଗିର:- ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁ ରେ ଜ୍ବାଇଁ କୁ ଶ୍ଵଶୁର ଘର ଲୋକେ ପିଟି ପିଟି ମାରିଦେବା ପରେ ଘଟଣାକୁ ଚପାଇ ଦେବା ଉଦ୍ୟମ ବିଫଳ ହୋଇଥିବା ସୂଚନା ମିଳିଛି। ପୋଲିସ ଜରି ବସ୍ତା ରେ ଭର୍ତ୍ତି ମୃତକ ରୁଦ୍ର ମେହେର ର ଶବ ଓ ଏକ ଭେନ କୁ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଚାବ୍ରିପାଳି ଗ୍ରାମରୁ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗଡଭାଟି ଗାଁ ର ରୁଦ୍ର ମେହେର ଖପ୍ରାଖୋଲ ଥନା ଅନ୍ତର୍ଗତ ଚାବ୍ରିପାଲି ରେ ବିବାହ କରିଥିଲେ । ତାଙ୍କର ଦୀର୍ଘ ଦିନ ହେବା ପାରିବାରିକ କଳହ ଲାଗି ରହିଥିଲା । ଗତ ବୁଧବାର ଦିନ ତାଙ୍କ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବ କୁ ଯାଇଥିଲେ ।

ଜ୍ବାଇଁ ଓ ଶଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ହାତା ହାତୀ ହୋଇ ଜ୍ବାଇଁ ର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ଵଶୁର ଘର ଲୋକେ ଉକ୍ତ ହତ୍ୟା ଘଟଣା କୁ ଚପାଇ ଦେବା ପାଇଁ ଏକ ଭେନ ଗାଡ଼ି ନମ୍ବର ଓଡି ୦୩ ଏକ୍ସ ୭୦୦୬ ରେ ଜ୍ବାଇଁ ର ମୃତ ଦେହ କୁ ଏକ ଜରି ବସ୍ତା ମାଧ୍ୟମରେ ଭରି କୌଣସି ସ୍ଥାନକୁ ଫିଙ୍ଗି ନେବା ଉଦ୍ୟମ ବିଫଳ ହୋଇଛି ।

ପୋଲିସ ବୁଧବାର ରାତ୍ର ସମୟରେ ଉକ୍ତ ଘଟଣା ବିଷୟରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଚାବ୍ରିପାଲ ଗାଁ କୁ ଯାଇ ଶଷୁର ଉଦ୍ଧବ ମେହେର , ଶଳା ,ଅନିରୁଦ୍ଧ ମେହେର,, ସୁନିଲ କୁମାର ମେହେର ଓ ସ୍ତ୍ରୀ ସରୋଜିନୀ ମେହେର ,ଶାଶୁ ବନାଲତା ମେହେର ଙ୍କୁ ଅଟକ ରଖି ଘଟଣା ର ତଦନ୍ତ ଜାରି ରହିଥିବା ବେଳେ ଘଟଣା ସ୍ଥଳ ରୁ ପିଟି ପିଟି ହତ୍ୟା କରିଥିବା କବାଟ ତାଟିଆ କୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ କରିଥିବା ଅଭିଯୁକ୍ତ ମଧ୍ୟ ରେ ଜଣେ ନା ବାଳକ ଥିବା ସୂଚନା ମିଳିଛି।ଅଭିଯୁକ୍ତ ମାନଙ୍କ ଡାକ୍ତର ମାଇନା କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛ୍ହି।ମୃତ ଶବ କୁ ପଞ୍ଚନାମା କରି ସବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Related posts

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

Odisha Halchal

ଭିନ୍ନକ୍ଷମଙ୍କ ବିମାନ ଯାତ୍ରାରେ ନିୟମ ପରିବର୍ତନ: ଡିଜିସିଏ

Odisha Halchal

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ୯ଜଣ ଙ୍କୁ ଗିରଫ କଲା ପୋଲିସ୍‌

Odisha Halchal

Leave a Comment